Only for Entertainment

ମଜାକରେ ଗଲା ହଲିଉଡ ଷ୍ଟାରଙ୍କ ଜୀବନ,ଏଥିପାଇଁ ପୋଲିସ ମାରିଲେ ଗୁଳି ।

aajtak
0 45

ପ୍ରସିଦ୍ଧ ଅଭିନେତ୍ରୀ ବନିସା ମାର୍କେଜଙ୍କ ଦ୍ୱାରା ଖେଳଣା ବନ୍ଧୁକ ଦେଖାଯିବା ଦ୍ୱାରା ଦକ୍ଷିଣ କାଲିଫର୍ଣ୍ଣିଆରେ ପୋଲିସ ତାଙ୍କୁ ଗୁଳି ମାରିଦେଲା । ଖବର ଅନୁସାରେ ପୋଲିସ ଗୁରୁବାରକୁ ପଚରାଉଚରା ପାଇଁ ବନିସାଙ୍କ ସାଉଥ ପାସେଡିନା ସ୍ଥିତ ଘରେ ପହଂଚିଥିଲେ । ଯେଉଁଠାରେ ପୋଲିସ ଏବଂ ବନିସାଙ୍କ ମଧ୍ୟରେ ପ୍ରାୟ ଦେଢ ଘଂଟା କଥାବର୍ତ୍ତା ଚାଲିଥିଲା । ଯାହାପରେ ବନିସା ନିଜ ଖେଳଣା ବନ୍ଧୁକ ଧରି ପୋଲିସକୁ ମାରିବାକୁ ଦେଖାଇଲେ,ଏହାପରେ ପୋଲିସ ବନିସାଙ୍କୁ ସୁଟ କରିଦେଲେ ।

ଅବଶ୍ୟ ଗୁଳି ମାରି ସାରିବା ପରେ ପୋଲିସକୁ ଜଣାପଡ଼ିଲାଯେ ବନିସାଙ୍କ ହାତରେ ଥିବା ବନ୍ଧୁକ ଅସଲି ନୁହେଁ ନକଲି ଥିଲା । କହିରଖୁଛୁଯେ ବନିସା ୨୦୦୫ରେ ଅସୁସ୍ଥ ଥିଲେ । ସେ ଡିପ୍ରେସନରେ ପିଡ଼ିତ ଥିଲେ । ଏହାପରେ ତାଙ୍କୁ ଓସିଡି ଏବଂ ସପିଂ ଏହିକ୍ସନ ହୋଇ ଯାଇଥିଲା । ୨୦୦୫ରେ ଏକ ଟିଭି ସିରିଜ ଇଂଟରଭେନସନରେ କହିଥିଲେ ।

କୁହାଯାଉଥିଲାଯେ ଏହାପରେ ସେ ଠିକ ହୋଇଯିବେ,କିନ୍ତୁ ସେଭଳି କିଛି ହୋଇ ନଥିଲା । ଖବର ଅନୁସାରେ ଜଣେ ପଡ଼ୋଶୀ ପୋଲିସକୁ ସୂଚନା ଦେଇଥିଲେଯେ ବନିସାଙ୍କ ଅବସ୍ଥା ପୂର୍ବାପେକ୍ଷା ଅଧିକ ଗୁରୁତର ହୋଇଯାଇଛି ।

ବନିସା କେତେକ ଶୋ’ରେ କାମ କରିଥିଲେ । ସର୍ବ ପ୍ରଥମେ ସେ ୧୯୮୮ରେ ଆସିଥିବା ଟିଚର ଡ୍ରାମା ଫିଲ୍ମ ଷ୍ଟାଂଡ ଆଣ୍ଡ ଡେଲିଭରରେ ନଜର ଆସିଥିଲେ । ଏହାପରେ ୧୯୯୪ ଏବଂ ୧୯୯୭ରେ ଟିଭି ସିରିଜରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More