Only for Entertainment

କଲେଜ ଆଡମିଶନ ସ୍କାଣ୍ଡାଲରେ ହଲିଉଡ ଅଭିନେତ୍ରୀ ଫେଲିସିଟି ହଫମ୍ୟାନୁ ଜେଲ, ୩୦ ହଜାର ଡଲାର ଜୋରିମାନା

NBC News
31

ହଲିଉଡ ଅଭିନେତ୍ରୀ ଫେଲିସିଟୀ ହଫମ୍ୟାନଙ୍କୁ ଅଦାଲତ ୧୪ ଦିନ ଜେଲ ଦଣ୍ଡ ଶୁଣାଇଛନ୍ତି । ଏକ ଶୀଘ୍ର ବ ୟୁନିଭର୍ସିଟିରେ ଝିଅର ଆଡମିଶନ ପାଇଁ ଲାଂଚ ଦେଇଥିବାରୁ ତାଙ୍କୁ ଏହି ଦଣ୍ଡ ଦିଆଯାଇଛି । ଶୁକ୍ରବାର ବୋଷ୍ଟନର ଏକ ଅଦାଲତରେ ସଙ୍ଘୀୟ ନ୍ୟାୟାଧୀଶ ଇନ୍ଦୀରା ତସୱାନୀ ନିଜ ଆଦେଶରେ କହିଛନ୍ତି ଯେ, ୫୬ ବର୍ଷୀୟ ହଫମ୍ୟାନଙ୍କୁ ୩୦,୦୦୦ ଡଲାର ଜୋରିମାନା, ୨୫୦ ଘଣ୍ଟା କମ୍ୟୁନିଟି ସେବା ଏବଂ ଏକ ବର୍ଷ ପର୍ଯ୍ୟନ୍ତ ନଜରରେ ରହିବା ଦଣ୍ଡ ଦେଇଛନ୍ତି ।

ତଲୱାନୀ ହଫମ୍ୟାନଙ୍କୁ କହିଥିଲେ, ‘ମୋତେ ଲାଗୁଛି ଆପଣ ଏହି ଦଣ୍ଡକୁ ସ୍ୱିକାର କରିବେ ଏବଂ ଆଗକୁୂ ବଢିବେ । ଏହା ପରେ ଆପଣ ନିଜ ଜୀବନକୁ ପୁଣିଥରେ ନୂଆ ରୂପେ ଗଢିପାରିବେ ।’ ମିଡିଆ ରିପୋର୍ଟ ଅନୁସାରେ ‘ହଫମ୍ୟାନ କୌଣସି ବିରୋଧ ବିନା ହିଁ କୋର୍ଟର ଏହି ଦଣ୍ଡକୁ ସ୍ୱିକାର କରିଛନ୍ତି । ୨୫ ଅକ୍ଟୋବରରୁ ହଫମ୍ୟାନଙ୍କ ଏହି ଦଣ୍ଡ ଆରମ୍ଭ ହେବ ।’

ହଫମ୍ୟାନଙ୍କ କହିବା ଅନୁସାରେ, ‘ମୁଁ କାନୁନ ଭାଙ୍ଗିଛି । ମୁଁ ଏହାକୁ ସ୍ୱିକାର କରିଛି । ଏଥିପାଇଁ ମୁଁ ନିଜକୁ ଦୋଷୀ ମାନୁଛି । ମୁଁ ଯାହା କରିଛି ସେଥିପାଇଁ କୌଣସି ବାହାନା କିମ୍ବା ସଫେଇ ନାହିଁ ।’ ହଫମ୍ୟାନ ମଇରେ ଝିଅର କଲେଜ ଆଡମିଶନ କରିବା ପାଇଁ ଏକ ମିଛ ଚ୍ୟାରେଟିକୁ ୧୫,୦୦୦ ଡଲାର ଦେଇଥିଲେ । କିନ୍ତୁ ହଫମ୍ୟାନଙ୍କ ପତି ୱିଲିୟମ ଏଚ.ମେସୀ ଏହି ଘଟଣାରେ ଆରୋପୀ ପ୍ରମାଣିତ ହୋଇନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More