Only for Entertainment

ହଲିଉଡ ଗାୟିକା ଅରେଥା ଫ୍ରାଙ୍କଲିନଙ୍କ ପରଲୋକ ।

CNN.com
0 26

ସାରା ଦୁନିଆରେ ନିଜ ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କ ହୃଦୟ ଜିତିଥିବା ଆମେରିକାନ ସିଙ୍ଗର ଅରେଥା ଫ୍ରାଙ୍କଲିନ ୭୬ ବର୍ଷ ବୟସରେ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ସେ ଗୁରୁବାର ସକାଳ ପ୍ରାୟ ୯ଟା ୫୦ ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅରେଥା ଫ୍ରାଙ୍କଲିନଙ୍କ ନିଧନ ଖବର ତାଙ୍କ ପରିବାର ତରଫରୁ ମିଳିଲା ।

୧୭ ଥର ଗ୍ରେମୀ ଆୱାର୍ଡ଼ ପାଇଥିବା ଅରେଥା ଖତରନାକ ରୋଗରେ ପିଡ଼ିତ ଥିଲେ । ଖବର ଅନୁସାରେ ସେ କର୍ଳଟରେ ପିଡ଼ିତ ବୋଲି ୨୦୧୦ରେ ଜାଣିବାକୁ ପାଇଥିଲେ । ସେ ଶେଷ ଥର ପାଇଁ ୨୦୧୭ରେ ଲ୍ଟନ ଜନଙ୍କ ବାର୍ଷିକ ଏଙ୍ଗ଼ସ ଫାଉଣ୍ଡେସନ ସମାରୋହରେ ନିଜ ଗୀତକୁ ଉପସ୍ଥାପନା କରିଥିଲେ ।

ଅରେଥାଙ୍କ ପରିବାରଙ୍କ କହିବା ଅନୁସାରେ ଗତ ୧ ବର୍ଷ ହେବ ସେ ଖୁବ ଅସୁସ୍ଥ ହୋଇ ପଡ଼ିଥିଲେ । ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଥିବ ଅରେଥା ଗତବର୍ଷ ଯାତ୍ରାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ କହିଥିଲେ । ସ୍ୱାସ୍ଥ୍ୟ ଖରାପ ହେତୁ ସେ ଆଗାମୀ ଦୁଇଟି ସଙ୍ଗୀତ ରବ୍ଦ କରି ଦେଇଥିଲେ । ତାଙ୍କର ପ୍ରଥମ ଆଲବମ ୧୯୫୬ରେ ‘ସଙ୍ଗସ ଅଫ ଫେଥ‘ ରିଲିଜ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More