Only for Entertainment

ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଉପରେ ଆଧାରିତ ଫିଲ୍ମର ସୁଟିଂ ସମୟରେ ହଲିଉଡର ପ୍ରସିଦ୍ଧ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ।

amar ujala
24

ରୁଷରେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଉପରେ ଆଧାରିତ ଫିଲ୍ମର ସୁଟିଂ ସମୟରେ ପ୍ରସିଦ୍ଧ ଷ୍ଟଣ୍ଟମ୍ୟାନ ଓଲେଗ ଶିଳ୍କିନଙ୍କ ମୃତ୍ୟୁ ହୋଇଯାଡଇଛି । ଖବର ଅନୁସାରେ ଫିଲ୍ମ ‘ଇଲିୟନସ୍କାଇ ଫ୍ରିଣ୍ଟିୟର’ର ସୁଟିଂ ସମୟରେ ଶିଳ୍କିନ ଟ୍ୟାଙ୍କ ତଳକୁ ଆସିଯାଇଥିଲେ ।

୧୯୪୧ରେ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧର ଲଢେଇ ଉପରେ ଏହି ଫିଲ୍ମ ଆଧାରିତ । ଏହି ଦୁର୍ଘଟଣା ବେଳେ ହିଟଲର ସେନା ଏବଂ ରେଡ ଆର୍ମିଙ୍କ ମଧ୍ୟରେ ଯୁଦ୍ଧକୁ ସୁଟ କରାଯାଉଥିଲା । ଫିଲ୍ମର ସୁଟିଂ ମାସ୍କୋ ଠାରୁ ୨୪୦ କିମି ଦୂରରେ ହେଉଥିଲା । ସୁଟିଂ ଏତେ ଦୂରରେ ହେଉଥିବାରୁ କମ ସମୟ ମଧ୍ୟରେ ସେଠାରେ ଆମ୍ବୁଲାନ୍ସ ପହଁଚିବା ଅସମ୍ଭବ ଥିଲା । ଆମ୍ବୁଲାନ୍ସ ପହଁଚିବା ବେଳକୁ ଶିଳ୍କିକଙ୍କ ମୃତ୍ୟୁ ହୋଇଯାଇଥିଲା । ସରକାର ଏବେ ଏହି ମାମଲାର ଜାଂଚ ଆରମ୍ଭ କରିଛନ୍ତି ।

ରଷିଆନ ଷ୍ଟଣ୍ଟ ଗିଲ୍ଡର ପ୍ରେସିଡେଣ୍ଟ ବାରବରା ନିକିତିୟାନା ଏହି ଘଟଣା ଉପରେ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏହି ଘଟଣା ବେଳେ ସମସ୍ତ ସେଠାରେ ଉପସ୍ଥିତ ଥିଲେ । କ’ଣ ଘଟିଲା ତାହାକୁ ସମସ୍ତେ ବିଶ୍ୱାସ କରିପାରିଲେ ନାହିଁ । ଶିଳ୍କିନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ମଧ୍ୟ ସ୍ତବ୍ଧ ହୋଉଯାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More