Only for Entertainment

ବିନା ଓଭନରେ ଘରେ ପ୍ରସ୍ତୁତ କରନ୍ତୁ ଚକଲେଟ କେକ୍ ।

35

ପ୍ରଥମେ ଏକ ପାତ୍ରରେ ୧୨୦ ଗ୍ରାମ ମଇଦା ନିଅନ୍ତୁ । ଏହାକୁ ଭଲ ଭାବରେ ଚଲାରେ ଚଲାଇ ଦିଅନ୍ତୁ । ଏହାପରେ ୩୦ ଗ୍ରାମ ଚିନିକୁ ଗୁଣ୍ଡ କରି ଚଲାନ୍ତୁ । ଏବେ ମଇଦାରେ ଚିନି ଗୁଣ୍ଡ ଏବଂ ୩ ଚାମଚ କୋକୋ ପାଉଡର ମିଶାନ୍ତୁ । ଏବେ ୧ ଚାମଚ ବେକିଂ ପାଉଡର ଓ ଅଧ ଚାମଚ ବେକିଂ ସୋଢା ପକାନ୍ତୁ । ଏହାପରେ ବଟରକୁ ତରଳାଇ ପକାନ୍ତୁ ଏବଂ ଅଳ୍ପ ଅଳ୍ପ କରି କ୍ଷୀର ପକାଇ ଧୀରେ ଧୀରେ ବ୍ୟାଟରକୁ ମିଶାନ୍ତୁ । ଏଥିରେ ସାମାନ୍ୟ ଭାନିଲା ଏସେନ୍ସ ପକାଇ ପୁଣିଥରେ ମିଶାନ୍ତୁ । ବର୍ତ୍ତମାନ ସେହି ପାତ୍ରକୁ ସାମାନ୍ୟ ବାଡ଼େଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ବ୍ୟାଟର ମଧ୍ୟରେ ଥିବା ଫାଙ୍କ ପୂର୍ଣ୍ଣ ହୋଇଯିବ । ଧ୍ୟାନ ରଖିବେ ଯେପରି ଭଲ କୋକୋ ପାଉଡର ବ୍ୟବହାର କରିବେ । ଏବେ ଏକ ପାତ୍ର ନିଅନ୍ତୁ, ଯେଉଁଥିରେ କେକ ପ୍ରସ୍ତୁତ କରିବେ । ତାହା ମଝିରେ ପେପର ରଖନ୍ତୁ ଏବଂ ସେଥିରେ ବଟର ଲଗାନ୍ତୁ । ଏବେ ଏଥିରେ କେକ ବ୍ୟାଟର ଢାଳନ୍ତୁ ।

ବର୍ତ୍ତମାନ ଏକ ମୋଟା କଡ଼ାଇ ଗରମ କରନ୍ତୁ । ସେଥିରେ କିଛି ଲୁଣ ପକାଇ ଗରମ କରନ୍ତୁ । ଲୁଣ ପକାଇବା ଦ୍ୱାରା ଉପରେ ରଖିଥିବା ପାତ୍ର ପୋଡ଼ିବ ନାହିଁ । ୫ ମିନିଟ ପରେ କଡ଼ାଇରେ ଏକ ଷ୍ଟାଣ୍ଡ ରଖନ୍ତୁ ଏବଂ ଏହା ଉପରେ କେକ୍ ବ୍ୟାଟର ଥିବା ପାତ୍ର ରଖନ୍ତୁ । ଧ୍ୟାନ ରଖିବେ ଯେପରି ସେହି କେକ ରଖିଥିବା ପାତ୍ର ସିଲଭର ହୋଇଥିବ । ତେବେ ଏହାକୁ ଏକ ମୋଟା ଢାଙ୍କୁଣିରେ ଘୋଡ଼ାଇ ଦିଅନ୍ତୁ ଏବଂ କମ ଆଂଚରେ ୪୦ ମିନିଟ ବସାନ୍ତୁ । ୪୦ ମିନିଟ ପରେ ଆଂଚ ବନ୍ଦ କରି ପାତ୍ରକୁ ଥଣ୍ଡା ହେବାକୁ ଦିଅନ୍ତୁ । ଏହାପରେ ପାତ୍ରକୁ ଏକ ପ୍ଲେଟରେ ଓଲଟାଇ ରଖିଲେ କେକ ନ ଭାଙ୍ଗି ବାହାରି ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More