Only for Entertainment

ଆଖି ସମସ୍ୟା ପାଇଁ ସହଜ ଘରୋଇ ଉପଚାର ।

Celebaraty beauty tips
35

ଆଖି ମାନବ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ । ଏହା ଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ଅତିବାହିତ କରିଥାଉ । ଏଥିପାଇଁ ଆଖିର ଯତ୍ନ ନେବା ଆମ ପାଇଁ ନିହାତି ଜରୁରୀ । ତେବେ ଆସନ୍ତୁ ଜାଣିରଖିବା ଆଖି ପାଇଁ କିଛି ଘରୋଇ ଉପଚାର ।

ନିଦ ଯଦି ପୂରା ହୋଇନଥାଏ ବା ଆଖିରେ କିଛି ପଡ଼ିଯାଇ ଜଳାପୋଡ଼ା ହେଉଥାଏ ତେବେ ଆଖିକୁ ଅଁଳା ପାଣି କିମ୍ବା ଗୋଲାପ ଜଳରେ ଧୋଇବା ଉଚିତ ।

ଆଖିରେ ଆଘାତ ଲାଗିବା,ଲଙ୍କା ଗୁଣ୍ଡ ଆଦି ପଡ଼ିବା ବା ପୋକ ପଡ଼ି ଆଖି ପୋଡ଼ିବା ଭଳି ସମସ୍ୟା ହେଉଥିଲେ କ୍ଷୀରକୁ ଗରମ କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ଏବଂ ଏହାକୁ କଟନରେ ବୁଡ଼ାଇ ଆଖିରେ ରଖନ୍ତୁ ।

ଆଖି ତଳେ ଯଦି କଳାଦାଗ ପଡ଼ୁଥାଏ ତେବେ ସୋରିଷ ତେଲ ମାଲିସ କରନ୍ତୁ କିମ୍ବା ଶୁଖିଲା ଅଁଳା ଏବଂ ମିଶ୍ରିକୁ ଗୁଣ୍ଡ କରି ସମାନ ମାତ୍ରାରେ ୧ରୁ ୫ ଗ୍ରାମ ପାଣି ସହିତ ସକାଳ ଏବଂ ସଂଧ୍ୟାରେ ପିଇଲେ ଲାଭ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More