Only for Entertainment

ପ୍ରାକୃତିକ ଉପାୟରେ କରନ୍ତୁ ହେୟାର ଷ୍ଟ୍ରେଟନିଙ୍ଗ ।

StyleDemocracy
59

କେଶକୁ ଷ୍ଟ୍ରେଟ କରିବାର ଅର୍ଥ ନୁହେଁଯେ ସବୁବେଳେ ରିବଣ୍ଡିଙ୍ଗର ସାହାରା ନିଆଯିବ ।ଏଭଳି ହେୟାର ଟ୍ରିଟମେଂଟ ଦ୍ୱାରା କେଶକୁ ଖୁବ କ୍ଷତି ପହଂଚିଥାଏ ।କେମିକଲ ଏବଂ ଅଧିକ ତାପମାତ୍ରା କେଶକୁ ଖରାପ କରିଦିଏ ।ଆପଣ ଯଦି କେମିକଲ ବ୍ୟବହାର କରିବାକୁ ଚାହୁଁ ନାହାଁନ୍ତି ତେବେ ଘରେ ବିନା କେମିକଲରେ ହେୟାର ଷ୍ଟ୍ରେଟନିଙ୍ଗ କରିପାରିବେ ।
ଆବଶ୍ୟକୀୟ ସାମଗ୍ରୀ-୩ ଚାମଚ ରାଶି,୨ ଚାମଚ ଏଲୋଭେରା ଜେଲ,୨ ଚାମଚ କ୍ୟାଷ୍ଟର ଅଏଲ,୧ ଚାମଚ ଲେମ୍ବୁ ରସ,୨ ଚାମଚ ମହୁ ।

ପ୍ରଥମେ ୧ କପ ପାଣି ଗରମ କରି ରାଶି ପକାନ୍ତ ଏବଂ ୨ରୁ ୩ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ ।ପାଣି ଜେଲ ଭଳି ମୋଟା ହୋଇଯିବା ପରେ ତାହାକୁ ଘରର ତାପମାତ୍ରା ଅନୁସାରେ ରଖନ୍ତୁ ।ଏକ ପତଳା କପଡ଼ାରେ ଏହାକୁ ଛାଣି ଦିଅନ୍ତୁ ଏବଂ ସେଥିରେ ଏଲୋଭେରା ଜେଲ,କ୍ୟାଷ୍ଟର ଅଏଲ,ଲେମ୍ବୁ ରସ ଓ ମହୁ ମିଶାନ୍ତୁ ।ଏହିଭଳି ପ୍ରସ୍ତୁତ କରନ୍ତୁ ଜେଲ ଏବଂ ଏହାକୁ କୌଣସି ଡବାରେ ରଖି ଦିଅନ୍ତୁ ।

କେଶରେ ଜେଲ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ କେଶକୁ ନଖ ଉଷୁମ ଗରମ ପାଣିରେ ଧୋଇ ଦିଅନ୍ତୁ ।ଏହା ଦ୍ୱାରା କେଶା ଫଲିକଲ୍ସ ଖୋଲିଯିବ ।ଏହାପରେ କେଶର ମୂଳରୁ ଆରମ୍ଭ କରି ଅଗ୍ର ପର୍ଯ୍ୟନ୍ତ ଏହି ଜେଲ ଲଗାନ୍ତୁ ।୩୦ ମିନିଟ ପରେ କେଶକୁ ଧୋଇ କଣ୍ଡିସନର ଲଗାନ୍ତୁ ।ଧୋଇ ସାରିବା ପରେ କେଶକୁ ଟାୱେଲରେ ନ ପୋଛି ପ୍ରଥମେ ପାନିଆରେ କୁଣ୍ଡାଇ ପବନରେ ଶୁଖିବାକୁ ଦିଅନ୍ତୁ ।ଶୁଖିବା ପାଇଁ ହେୟାର ଡ୍ରାୟରର ବ୍ୟବହାର କରନ୍ତୁ ନାହିଁ ।ଏଭଳି ବାରମ୍ବାର କରିବା ଦ୍ୱାରା ଆପଣକ କେଶ ଷ୍ଟ୍ରେଟ ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More