Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ମେକଅପ ରିମୁଭର ।

punjab kesari
0 36

ଚଳିତ ଦିନଗୁଡିକରେ ମେକଅପ ବ୍ୟବହାର ଖୁବ ଦରକାରୀ ହୋଇଯାଇଛି । ଯାହାକୁ ବାଦ ଦେଲେ ଝିଅମାନେ ବାହାରକୁ ଯାଇପାରନ୍ତି ନାହିଁ । ଖାଲି ସେତିକି ନୁହେଁ ବରଂ ମେକଅପ ଛଡାଇବା ମଧ୍ୟ ଖୁବ ଜରୁରୀ । ବିଶେଷ କରି ଶୋଇବା ପୂର୍ବରୁ ମେକଅପ ଛଡାଇବା ଆବଶ୍ୟକ । ନଚେତ ତ୍ୱଚାର ଛିଦ୍ର ସବୁ ବନ୍ଦ ହୋଇଯାଏ ଏବଂ ମୁହଁରେ ବ୍ରଣ କଳାଦାଗ ଆଦି ସମସ୍ୟା ଦେଖାଯାଏ । ଅଧିକାଂଶ ନାରୀ ମେକଅପ ଛଡାଇବା ପାଇଁ ବଜାରରୁ ମେକଅପ ରିମୁଭର କିଣି ଆଣନ୍ତି, କିନ୍ତୁ ଏହା ତ୍ୱଚା ପାଇଁ କ୍ଷତିକାରକ । ତେଣୁ ଆପଣ ଘରେ ପ୍ରାକୃତିକ ମେକଅପ ରିମୁଭର ପ୍ରସ୍ତୁତ କରି ଚେହେରା ସଫା କରିପାରିବେ । ଏହା ଦ୍ୱାରା କୌଣସି ପ୍ରକାର ପାଶ୍ୱର୍ ପ୍ରତିକ୍ରିୟା ଦେଖାଯିବ ନାହିଁ ଏବଂ ତ୍ୱଚା କୋମଳ ରହିବ । ତେବେ ଆସନ୍ତୁ ଜାଣିବା କେଉଁ ଭଳି ଭାବରେ ଘରେ ପ୍ରାକୃତିକ ମେକଅପ ରିମୁଭର ପ୍ରସ୍ତୁତ କରାଯାଇ ପାରିବ ।

ମେକଅପ ରିମୁଭର ପ୍ରସ୍ତୁତ କରିବା ପାଇଁ ପ୍ରଥମେ ୧/୪ କପ ଅଲିଭ ଅଏଲ ନିଅନ୍ତୁ ଏବଂ ସେଥିରେ ୨ କପ ଏଲୋବେରା ମିଶାଇ ଭଲ ଭାବରେ ଫେଂଟନ୍ତୁ । ଏହାକୁ ବୋତଲରେ ଢାଳି କିଛି ଘଂଟା ପର୍ଯ୍ୟନ୍ତ ଫ୍ରିଜରେ ରଖି ଦିଅନ୍ତୁ । ଏଭଳି ପ୍ରସ୍ତୁତ କରନ୍ତୁ ମେକଅପ ରିମୁଭର । ଏହାକୁ କଟନ ଦ୍ୱାରା ବ୍ୟବହାର କରନ୍ତୁ ପରେ ଫେସୱାସରେ ମୁହଁ ଧୁଅନ୍ତୁ । ଏହା ଆପଣଙ୍କ ଚେହେରାର ସମସ୍ତ ସମସ୍ୟାରୁ ମୁକ୍ତି ଦିଏ । ରଖିଥିବା ମିଶ୍ରଣକୁ ଆପଣ ଏକମାସ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More