Only for Entertainment

ଘରେ ନାଇଟ କ୍ରିମ ପ୍ରସ୍ତୁତ କରି ପାଆନ୍ତୁ କୋମଳ ତ୍ୱଚା ।

punjab keasri
27

ଦିନ ସାରା ପ୍ରଦୂଷଣ ଏବଂ ସୂର୍ଯ୍ୟକିରଣ ଯୋଗୁଁ ତ୍ୱଚା ଖରାପ ହୋଇଯାଏ । ସେଥିପାଇଁ ବିଭିନ୍ନ ପ୍ରକାରର ଚିକିତ୍ସା କରିବାକୁ ପଡ଼ିଥାଏ । ଅଧିକାଂଶ ଜଣ ରାତିରେ ନାଇଟ କ୍ରିମ ବ୍ୟବହାର କରନ୍ତି । କିନ୍ତୁ ତାହା ନିହାତି ଭାବରେ କେମିକଲ ଯୁକ୍ତ । ତେବେ ଆପଣ କମ ଖର୍ଚ୍ଚରେ ଘରେ ବିନା କେମିକଲ ଯୁକ୍ତ କ୍ରିମ ପ୍ରସ୍ତୁତ କରିପାରିବେ ।ଆସନ୍ତୁ ଜାଣିବା ନାଇଟ କ୍ରିମର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ।

ଆବଶ୍ୟକୀୟ ସାମଗ୍ରୀ-ଗ୍ରୀନ ଟି ରସ ୧ ଚାମଚ,ବାଦାମ ତେଲ ୧ ଚାମଚ,ଗୋଲାପଜଳ ୧ ଚାମଚ,ଏଲୋଭେରା ଜୁସ ୧ ଚାମଚ ଏବଂ ଭି ଭାକ୍ସ ୧ ଚାମଚ ।

ପ୍ରସ୍ତୁତି ପ୍ରଣାଳୀ-ପ୍ରଥମେ ଏକ ପାତ୍ର ରଖନ୍ତୁ ଏବଂ ଏହା ଉପରେ ଅନ୍ୟ ଏକ ପାତ୍ର ରଖନ୍ତୁ । ଏହାକୁ ଡବଲ ବଏଲର କୁହାଯାଏ ।ଭି ୱାକ୍ସ ଏବଂ ବାଦାମ ତେଲକୁ ସେଥିରେ ଗରମ କରନ୍ତୁ ।ତରଳିବା ପରେ ଆଂଚ ବନ୍ଦ କରି ସେଥିରେ ଏଲୋଭେରା ଜେଲ ମିଶାନ୍ତୁ ।ଏହାପରେ ଏଥିରେ ଗ୍ରୀନ ଟି ରସ ଏବଂ ଗୋଲାପ ଜଳ ମିଶାନ୍ତୁ । ଏବେ ଏହାକୁ ଏକ କଂଟେନରରେ ରଖି ବ୍ୟବହାର କରନ୍ତୁ ।

ଗ୍ରୀନ ଟି ବ୍ରଣକୁ ଭଲ କରିଥାଏ ଏବଂ ଶୁଷ୍କ ତ୍ୱଚାରୁ ମଧ୍ୟ ମୁକ୍ତି ଦେଇଥାଏ ।କେବଳ ସେତିକି ନୁହେଁ ଅନ୍ୟ କେତେକ ସୌନ୍ଦର୍ଯ୍ୟ ସମସ୍ୟାରୁ ମୁକ୍ତି ଦିଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More