Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ପନୀର ଟିକା ।

youtube
0 41

ପ୍ରତିଦିନ ଘର ଖାଇବା ଖାଇ ବିରକ୍ତ ଲାଗେ । ସେଥିପାଇଁ କେବେ କେବେ ରେଷ୍ଟୁାଂଟରେ ଖାଇବାକୁ ଇଛା ହୋଇଥାଏ । ଆଉ କେବେ କେବେ ରେଷ୍ଟୁରାଂଟ ଖାଦ୍ୟ ଘରେ ମଧ୍ୟ ତିଆରି କରିବାକୁ ଇଛା ହୁଏ । କିନ୍ତୁ ରୋଷ୍ଟୁରାଂଟ ଖାଦ୍ୟ ଏବଂ ଘର ଖାଦ୍ୟର ସ୍ୱାଦ ମଧ୍ୟରେ କିଛି ଭିନ୍ନତା ରହିଯାଏ । ତେବେ ରେଷ୍ଟୁରାଂଟ ଭଳି ଖାଦ୍ୟ ଘରେ ପ୍ରସ୍ତୁତ କରିବା ମଧ୍ୟ ଅତି ସହଜ । ସେହିଭଳି ଆସନ୍ତୁ ଜାଣିବା ରେଷ୍ଟୁରାଂଟ ଷ୍ଟାଇଲର ପନୀର ଟିକା ଘରେ କେଉଁଭଳି ପ୍ରସ୍ତୁତ କରିବେ ।

ଆବଶ୍ୟକୀୟ ସାମଗ୍ରୀ- ପନୀର, ଅଦା ଓ ରସୁଣ ବଟା, ଲୁଣ,ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଦହି,କସୁରୀ ମେଥି, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ,ଗରମ ମସଲା ଗୁଣ୍ଡ, ବ୍ଲାକ ସଲ୍ଟ, ଆମଚର ପାଉଡର, କଟା ପିଆଜ, କଟା କ୍ୟାପସିକମ,ଲେମ୍ବୁ ରସ,କାଠି ।

ଏକ ପାତ୍ରରେ ଉପରସ୍ଥ ସମସ୍ତ ଦ୍ରବ୍ୟକୁ ମିଶାଇ ଦିଅନ୍ତୁ ଏବଂ ଶେଷରେ ସେଥିରେ କିଛି ସୋରିଷ ତେଲ ପକାନ୍ତୁ । ଏହାପରେ ଏକ କାଠିରେ ଏହାକୁ ଗୋଟିଏ ପରେ ଗୋଟିଏ କଣା କରି ସଜାନ୍ତୁ । ଏହାକୁ ୩୦ ମିନିଟ ପାଇଁ ରେଫ୍ରିଜରେଟରରେ ରଖନ୍ତୁ । ୩୦ ମିନିଟ ପରେ ଏହାକୁ ଓଭନରେ ୨୦୦ ଡିଗ୍ରୀ ସେଲସିୟସରେ ରଖନ୍ତୁ । କିମ୍ବା ଏହାକୁ ବିନା ଓଭନରେ ବା ପ୍ୟାନରେ ମଧ୍ୟ କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More