Only for Entertainment

କଳାପଣ ଦୂର କରି ସୁନ୍ଦର ଓ ଆକର୍ଷଣୀୟ ଅଙ୍ଗୁଳି ପାଇଁ ଆପଣାନ୍ତୁ ଏହି ସରଳ ଉପାୟ !

Trend Mut
24

ଅଙ୍ଗୁଳିର କଳାପଣ ନିଜକୁ ଖରାପ ଲାଗିବା ସହ ଏହା ଦେଖିବା ପାଇଁ ମଧ୍ୟ ଖୁବ ଅସୁନ୍ଦର ଲାଗେ । ଏହା ସେହି ଲୋକଙ୍କୁ ବେଶୀ ଖରାପ ଦେଖାଯାଏ, ଯାହାର ଶରୀରର ରଙ୍ଗ ଗୋରା । ଏହା ଏମିତି ଏକ ସମସ୍ୟା ଯାହାର କାରଣ ପିଗମେଣ୍ଟେସେନ କିମ୍ବା ସୂର୍ଯ୍ୟର କିରଣରେ ଅଧିକ ସମୟ ବିତାଇବା ମଧ୍ୟ ହୋଇପାରେ । ଆଜି ଆମେ ଅପଣଙ୍କୁ ଏମିତ ଉପାୟ ବତାଇବୁୁ ଯାହା ଦ୍ୱାରା ଆପଣ ଖୁବ ସହଜରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ ।

  • ଲେମ୍ବୁ ଓ ଚିନି – ଅଙ୍ଗୁଳିରୁ କଳାପଣ ଦୂର କରିବା ପାଇଁ ପ୍ରଥମେ ହାଲୁକା ଜିନିଷର ବ୍ୟହାର କରନ୍ତୁ । ଏଥିପାଇଁ ଆପଣଙ୍କୁ ୧ ଚାମଚ ଲେମ୍ବୁ ରସ ଓ ଗୋଟିଏ ଚାମଚ ଚିନି ନେଇ ମିଶାନ୍ତୁ । ଏହି ମିଶ୍ରଶକୁ ଅଙ୍ଗୁଳିରେ ରଗଡନ୍ତୁ । ହାତ ଓ ଅଙ୍ଗୁଳିରେ ମାଲିସ କରିବା ପରେ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ହାତରେ ରଖନ୍ତୁ ଓ ତା’ପରେ ଧୁଅନ୍ତୁ ।
  • ମଲାଇ ଓ ହଳଦୀ – ୧ ଚାମଚ ମଲାଇରେ ଅଧା ଚାମଚ ହଳଦୀ ପାଉଡର ମିଶାଇ ସେଥିରେ ୨-୩ ବୁନ୍ଦା ବାଦାମ ତେଲ ପକାନ୍ତୁ । ଏହି ମିଶ୍ରଣକୁ ହାତରେ ଓ ଅଙ୍ଗୁଳିରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ମାଲିସ କରନ୍ତୁ ଓ ପରେ ଧୋଇ ଦିଅନ୍ତୁ ।
  • ତେଲରେ କରନ୍ତୁ ଅଙ୍ଗୁଳିକୁ ମଏଶ୍ଚରାଇଜ – ଅଧା ଚାମଚ ଜୋଜୋବା ତେଏ, ଅଧା ଚାମଚ ବାଦାମ ତେଲ, ୨ରୁ ୩ ବୁନ୍ଦା ଲେମ୍ବୁ ରସ ମିଶାଇ କଳା ପଡିଥିବା ସ୍ଥାନରେ ଲଗାନ୍ତୁ । ନିୟମିତ ଏହି ମିଶ୍ରଣକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସମସ୍ୟା ଧୀରେ ଧୀରେ ଦୂର ହେବା
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More