Only for Entertainment

ପାରାଲିସିସରେ ପିଡ଼ିତ ବ୍ୟକ୍ତିଙ୍କ ପାଇଁ ଘରୋଇ ଉପଚାର ।

dunya news
30

ପାରାଲିସିସରେ ବ୍ୟକ୍ତି କେବଳ ଶାରୀରିକ ନୁହେଁ ବରଂ ମାନସିକ ଯନ୍ତ୍ରଣା ମଧ୍ୟ ପାଇଥାଏ । କାରଣ ଏହି ରୋଗ ଦ୍ୱାରା ସର୍ବଦା ଚିନ୍ତାମଗ୍ନ ରହିଥାନ୍ତି । ଜୀବନରେ କେବଳ ଦୁଃଖ ହିଁ ଦୁଃଖ ଆସିଥାଏ । ଏହା ଦ୍ୱାରା କେବଳ ରୋଗୀ ନୁହେଁ ବରଂ ରୋଗୀର ପରିବାର ମଧ୍ୟ ଖୁବ ଚିନ୍ତାରେ ରହିଥାନ୍ତି । ତେଣୁ ରୋଗୀକୁ ଏଥିପାଇଁ ଔଷଧ ମଧ୍ୟ ଦିଆଯାଏ । ତେବେ କୁହାଯାଏ ଯଦିଓ ଆମେ ଔଷଧ ଉପରେ ନିର୍ଭରଶୀଳ ତଥାପି ଏଭଳି କିଛି ଘରୋଇ ଉପଚାର ରହିଛି ଯାହା ବହୁ ମାତ୍ରାରେ ସାହାଯ୍ୟ କରିଥାଏ । କାରଣ କେହି କେହି ଔଷଧ ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ସେମାନଙ୍କୁ କିଛି ଘରୋଇ ଉପାୟରେ ଖାଇବାକୁ ଦିଆଗଲେ ରୋଗରଧ୍ମୁକ୍ତି ମିଳିପାରିବ ।

  • ଗୋଟେ ଚାମଚ ଗୋଲମରିଚ ଗୁଣ୍ଡରେ ତିନି ଚାମଚ ଦେଶୀ ଘିଅ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେହି ପେଷ୍ଟକୁ ପାରାଲିସିସ୍ ହୋଇଥିବା ଅଙ୍ଗରେ ମାଲିସ୍ କରନ୍ତୁ । ଏଭଳି କରିବା ଦ୍ୱାରା ବହୁତ ଶୀଘ୍ର ପାରାଲିସିସ୍ ସମସ୍ୟା ଦୂର ହୋଇଥାଏ ।
  • ଯଦି ଆପଣ ନିୟମିତ କଲରା ଜୁସ୍ ବା କଲରା ତରକାରୀ ସେବନ କରିବେ ତେବେ ପାରାଲିସିସ୍ ରେ ପ୍ରଭାବିତ ହୋଇଥିବା ଅଙ୍ଗରେ ସୁଧାର ଆସିବ ।
  • ପିଆଜ ରସ ସେବନ କରିବା ଦ୍ୱାରା ବହୁତ ଶୀଘ୍ର ପାରାଲିସିସ୍ ଭଲ ହୋଇଯାଇଥାଏ ।
  • ପ୍ରତିଦିନ ୪ ରୁ ୬ କୁଲା ରସୁଣ ପେଷ୍ଟ କରି ସେଥିରେ ବଟର ମିଶାଇ ଖାଆନ୍ତୁ ।
  • ତୁଳସୀ ପତ୍ର , ଦହି ଏବଂ ଲୁଣ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ପାରାଲିସିସ୍ ଅଙ୍ଗରେ ମାଲିସ୍ କରନ୍ତୁ । ଏଭଳି କରିବା ଦ୍ୱାରା ପାରାଲିସିସ୍ ଭଲ ହୋଇଯାଇଥାଏ ।
  • ଗରମ ପାଣିରେ ତୁଳସୀ ପତ୍ର ଫୁଟାଇ ସେହି ଗରମ ବାମ୍ଫକୁ ପାରାଲିସିସ୍ ସ୍ଥାନରେ ଦିଅନ୍ତୁ । ଏହାଦ୍ୱାରା ପାରାଲିସିସ୍ ରୋଗ ଭଲ ହୋଇ ଯାଇଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More