Only for Entertainment

ହ୍ୟାଙ୍ଗ୍‌ଓଭର୍‌ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ

The Conversation
22

ରାତିରେ ଓ୍ଵିକ୍‌ଏଣ୍ଡ ପାର୍ଟି କଲାବେଳେ ତ ଭଲ ଲାଗିଥାଏ, କିନ୍ତୁ ସକାଳେ ଅଫିସ୍‌ ଯିବା ସମୟରେ ହ୍ୟାଙ୍ଗ୍‌ଓଭର୍‌ ଯୋଗୁଁ ମୁଣ୍ଡ ବିନ୍ଧିଥାଏ ଓ ବୁଲେଇଥାଏ। ଯଦି ଆପଣଙ୍କର ମଧ୍ୟ ଏମିତି ହୁଏ, ତା’ହେଲେ ଏହି ସବୁ ଘରୋଇ ଉପାୟ ଆପଣାନ୍ତୁ ଓ ଏଥିରୁ ମୁକ୍ତି ପାଆନ୍ତୁ ।

  • ୭-୮ ଗ୍ଲାସ ପାଣି: ହ୍ୟାଙ୍ଗ୍‌ଓଭର୍‌ ପ୍ରଭାବରୁ ମୁକ୍ତି ପାଇବା ପାଇଁ ଏକ ଥରକେ ଅଧିକ ପାଣି ନ ପିଇ ପ୍ରତି ଘଣ୍ଟାରେ ୧ଗ୍ଲାସ୍‌ ପାଣି ପିଅନ୍ତୁୂ।
  • କଫି: ହ୍ୟାଙ୍ଗ୍‌ଓଭର୍‌ ଉତାରିବା ପାଇଁ ଦୁଇ କପ୍‌ କଫି ପିଇଲେ ମଧ୍ୟ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ ଶରୀରରେ ସ୍ଫୂର୍ତ୍ତି ଆଣିଥାଏ।
  • ଚା’ ବ୍ୟାଗ୍‌: ହ୍ୟାଙ୍ଗ୍‌ଓଭର୍‌ ଯୋଗୁଁ ଆଖି ମଧ୍ୟ ଦରଜ ଲାଗିଥାଏ। ଦରଜ କମ୍‌ କରିବା ପାଇଁ ୧ ମିନିଟ୍‌ ପର୍ଯ୍ୟନ୍ତ ଚା’ ବ୍ୟାଗ୍‌କୁ ଆଖି ଉପରେ ରଖନ୍ତୁ।
  • ସ୍ପୋର୍ଟ୍‌ସ ଡ୍ରିଙ୍କ୍‌: ଅତିରିକ୍ତ ଲୁଣ ଶରୀରର ତରଳ ପଦାର୍ଥକୁ ଶୁଖାଇଦିଏ। ଏଥିପାଇଁ ହ୍ୟାଙ୍ଗ୍‌ ଓଭର୍‌ ଉତାରିବା ପାଇଁ କିଛି ସ୍ପୋର୍ଟ୍ସ୍‌ ଡ୍ରିଙ୍କ୍‌ ପିଅନ୍ତୁ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More