Only for Entertainment

ଶୋଇବା ସମୟରେ ଲାଳ ବୋହୁଛି କି ? ଆପଣାନ୍ତୁ ଏହି ସରଳ ଉପାୟ

Saliva Facts
0 65

ଶୋଇବା  ସମୟରେ ଅନେକ ଲୋକମାନଙ୍କର ଲାଳ ବେହିଥାଏ । ଶୋଇବା  ବେଳେ  ପାଟିଦ୍ୱାରା ନିଶ୍ୱାସ ନେବା କାରଣରୁ ଅଧିକ ମାତ୍ରାରେ ଲାଳ ବୋହିଥାଏ । ଲାଳ ବୋହିବାର ଅନେକ କାରଣ ରହିଛି । ଖାଇବା  ପାଇବାରେ ଆଲର୍ଜି ଏବଂ କିଛି ଔଷଧ କାରଣରୁ ମଧ୍ୟ ଲାଳ ଅଧିକ ମାତ୍ରାରେ ନିର୍ମାଣ ହୋଇଥାଏ । ଯଦି ଶୋଇବା ସମୟରେ ଲାଳ ବେହିବା ଦ୍ୱାରା ଆପଣ ଚିନ୍ତାରେ ଅଛନ୍ତି ତେବେ କିଛି ସରଳ ଉପାୟ ଦ୍ୱାରା ଏହା  କମ ହୋଇପାରିବ ।

  • ଯଦି ଶୋଇବା ସମୟରେ ଆପଣଙ୍କର ମୁହଁରୁ ଲାଳ ବୋହୁଥାଏ ତେବେ ବିଳମ୍ବରେ ହଜମ ହେଉଥିବା ଖାଇବା ଠାରୁ ଦୂରରେ ରୁହନ୍ତୁ ଏବଂ ପେଟ ସଫା ରଖନ୍ତୁ । ଲାଲ ବୋହୁଥିଲେ ୨ ରୁ ୩ଟି ତୁଳସୀ ପତ୍ର ଚୋବାଇ ପାଣି  ପିଅନ୍ତୁ । ଏପରି ୩ ରୁ ୪ ଥର କରିବା  ଦ୍ୱାରା ଲାଳ ବୋହିବା ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ଫିଟିକିରିକୁ ପାଣିରେ  ମିଶାଇ କୁଳି କରିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
  • ଲାଳ  ବୋହିବା ସମସ୍ୟାରେ ଚିନ୍ତିତ ଥିଲେ ଡାଳଚିନି ଯୁକ୍ତ ଚା’ ପିଅନ୍ତୁ । ଏଥିପାଇଁ ଡାଳଚିନିକୁ ପାଣିରେ  ପକାଇ ଫୁଟାନ୍ତୁ । ପରେ ଏଥିରେ ମହୁ ମିଶାଇ ପିଅନ୍ତୁ । ଏହା କରିବା  ଦ୍ୱାରା  ଲାଳ ବୋହିବା କମ ହୋଇଥାଏ ।
  • ଶୋଇବା  ସମୟରେ ଲାଳ ବୋହୁଥିଲେ ଅଂଳା ପାଉଡର ଖୁବ ଉପକାରୀ । ଖାଇ ସାରିବା ପରେ  ଉଷୁମ ପାଣିରେ ଅଁଳା ପାଉଡର ମିଶାଇ ପିଇବା ଦ୍ୱାରା  ଆରାମ ମିଳିଥାଏ । ଏହା ସହିତ ଅଁଳା ପାଉଡର  ପିଇଲେ ଏସିଡିଟିରୁ ମଧ୍ୟ  ମୁକ୍ତି ମିଳିଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More