Only for Entertainment

କାନରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଆପଣାନ୍ତୁ ଏହି ଘରୋଇ ଉପାୟ

Health Knowledge
0 45

କାନରେ ପାଣି ପସିବା, ମଇଳା ଜମା ହେବା, ସଂକ୍ରମଣ କିମ୍ବା ଟନସିଲ ବଢିବା କରଣରୁ କାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଫଳରେ କାନକୁ କମ ଶୁଣାଯାଇଥାଏ ଏବଂ ମୁଣ୍ଡ ବ୍ୟଥା ମଧ୍ୟ ଆରମ୍ଭ ହୋଇଥାଏ । ଯଦି ଏହି ସମସ୍ୟା ଅଧିକ ହୋଇଥାଏ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ । କିନ୍ତୁ ଯଦି ଏହି ସମସ୍ୟା କମ ହୋଇଥାଏ କିମ୍ବା ଆରମ୍ଭ ହେଉଥାଏ ତେବେ କିଛି ଘରୋଇ ଉପାୟ ଆପଣାଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।

  • ତେଲ-
    ସୋରିଷ ତେଲ କୁ ହାଲକା କରମ କରି କିଛି ବୁନ୍ଦା ତେଲ କାନରେ ପକାଇ ଶୋଇ ଯାଆନ୍ତୁ । କିଛି ସମୟ ପରେ ଆପଣକୁ ଆରାମ ଲାଗିବ । ଯଦି ସୋରିଷ ତେଲ ନଥାଏ ତେବେ ବାଦାମ ତେଲ ମଧ୍ୟ ବାବହାର କରିପାରିବେ ।
  • ପିଆଜ-
    ଯଦି କିଛି ସଂକ୍ରମଣ କାରଣରୁ କାମରେ ଯନ୍ତ୍ରଣା ହେଉଥାଏ ତେବେ ପିଆଜକୁ ମଧ୍ୟ ବ୍ୟବହାର କରିପାରିବେ । ପିଆଜ ରସକୁ ଗରମ କରି ୧-୨ ବୁନ୍ଦା କାନରେ ପକାଇବା ଦ୍ୱାରା ଆରମ ମିଳିଥାଏ ।
  • ଆପେଲ ସିଡାର ଭିନେଗାର-
    ଆପେଲ ସିଡାର ଭିନେଗାର କାନରେ ପିଏଚ ସ୍ତରକୁ ପ୍ରବାବିତ କରିଥାଏ । ଏହାର କିଛି ବୁନ୍ଦା କାନରେ ପକାଇବା ଦ୍ୱାରା ବ୍ୟାକଟେରିଆ ନଷ୍ଟ ହୋଇଯାଆନ୍ତି । ଏହି ଭିନେଗାରର କିଛି ବୁନ୍ଦା ଗରମ କରି କାନରେ ପକାଇବା ଦ୍ୱାରା କାନ ଯନ୍ତ୍ରଣା ଭଲ ହୋଇଥାଏ । ଏଥିପାଇଁ ଅରଗାନିକ ଆପେଲ ସିଡାର ଭିନେଗାରର ବ୍ୟବହାର କରନ୍ତୁ କାରଣ ଏଥିରେ କେମିକାଲ ନଥାଏ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More