Only for Entertainment

ଆପଣ ମଧ୍ୟ ପାୟରିଆରେ ପିଡ଼ିତ,ଚିନ୍ତା କରନ୍ତୁ ନାହଁ । କରନ୍ତୁ ଏହି ଘରୋଇ ଉପଚାର ।

net doctor.co.uk
0 44

ଦାନ୍ତକୁ ଠିକ ଭାବରେ ସଫା ନ କରିବା ଦ୍ୱାରା ବ୍ୟାକ୍ଟେରିଆ ଜମିଯାଆନ୍ତି ଓ ପାୟରିଆ ହୋଇଥାଏ । ସାଧାରଣ ସମସ୍ୟା ଲାଗୁଥିବା ରୋଗକୁ ନେଇ ୧୦ ଜଣରୁ ୭ ଜଣ ବ୍ୟକ୍ତି ଚିନ୍ତିତ । କାରଣ ଏହି ରୋଗ ହେବା ଦ୍ୱାରା ମୁହଁରୁ ଦୁର୍ଗନ୍ଧ ବାହାରିବା,ଦାନ୍ତ ଦରଜ ହେବା ଓ ମାଢିରୁ ରକ୍ତ ବାହାରିବା ଆଦି ସମସ୍ୟା ଦେଖାଯାଏ । ଏହା ଦ୍ୱାରା ଦାନ୍ତ କମଜୋର ହୋଇଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ଡେଂଟିଷ୍ଟଙ୍କ ସହିତ ପରାମର୍ଶ କରିବାକୁ ପଡ଼ିଥାଏ । ଏହା ବ୍ୟତୀତ ଏଭଳି କିଛି ଘରୋଇ ଉପାୟ ରହିଛି ଯାହା ଦ୍ୱାରା ଏହା ଚୁଟକୀରେ ଭଲ ହୋଇଯିବ ।

ଲୁଣ ଏବଂ ହଳଦୀ-
ସାମାନ୍ୟ ହଳଦୀରେ ଲୁଣ ଏବଂ ସୋରିଷ ତେଲ ମିଶାଇ ଦାନ୍ତକୁ ମାଲିସ କରନ୍ତୁ । ମାଲିସ କରି ସାରିବା ପରେ ଏହାକୁ ୧୫ ମିନିଟ ପାଇଁ ସେହିଭଳି ଛାଡ଼ି ଦିଅନ୍ତୁ । ଏହାପରେ ଭଲ ଭାବରେ କୁଳି କରିଦିଅନ୍ତୁ । ଦିନରେ ଦୁଇ ଥର ଏଭଳି କରିବା ଦ୍ୱାରା ଏଭଳି ସମସ୍ୟା ଖୁବ ଶୀଘ୍ର ଭଲ ହୋଇଯାଏ ।

ଲିମ୍ବ ପତ୍ର-
ଲିମ୍ବ ପତ୍ରର ପାଉଁଶ,କର୍ପୂର ଏବଂ କୋଇଲାର ପାଉଁଶ ମିଶାଇ ରାତିରେ ଶୋରଇବା ପୂର୍ବରୁ ଲଗାନ୍ତୁ ଓ ସକାଳେ ଉଠି ଭଲ ଭାବରେ କୁଳି କରନ୍ତୁ ।

ଗହମ-
ଗହମକୁ ଜଳରେ ଭିଜାଇ ସେହି ଜଳରେ କୁଳି କରନ୍ତୁ । କୁଳି ସରିବା ପରେ ବଳକା ଜଳକୁ ପିଅନ୍ତୁ । ଏହା ସମସ୍ତ ବ୍ୟାକ୍ଟେିରିଆକୁ ମାରିଥାଏ ।

ପିଆଜ-
ପିଆଜର ଏକ ଟୁକୁଡ଼ାକୁ ତାୱାରେ ଗରମ କରି ଦାନ୍ତ ମଝିରେ ରଖନ୍ତୁ । ୧୫ ମିନିଟ ପରେ କୁଳି କରନ୍ତୁ । ଦିନରେ ୩ ଥର ଲେଖାଏଁ ଏକ ସପ୍ତାହ ପର୍ଯ୍ୟନ୍ତ କରନ୍ତୁ ।

ଲବଙ୍ଗ ତେଲ-
ୠବଙ୍ଗ ତେଲକୁ ଥଣ୍ଡା ଜଳରେ ମିଶାଇ ଏକ ସପ୍ତାହ ପର୍ଯ୍ୟନ୍ତ କୁଳି କରନ୍ତୁ । ଏହା ଦ୍ୱାରା ପାୟରିଆ ସମସ୍ୟାରୁ ମୁକ୍ତି ମିଳିବ ।

ଘିଅ ଏବଂ କର୍ପୂର-
ଏହାକୁ ମିଶାଇ ପ୍ରତିଦିନ ଦାନ୍ତରେ ମାଲିସ କରନ୍ତୁ । ଖୁବ ଶୀଘ୍ର ପାୟରିଆ ସମସ୍ୟା ଦୂର ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More