Only for Entertainment

ଘର ମାଲିକଙ୍କୁ ପୋଷ୍ଟମ୍ୟାନର ଧମକ ! ଘର ଆଗ ସଫା କର ନଚେତ ଚିଠି ଦେବିନାହିଁ ।

the sun
0 35

ବିଦେଶରେ ସଫା ସୁତୁରାକୁ ଅନେକ ପ୍ରାଧାନ୍ୟ ଦିଆଯାଇଥାଏ । ଏହାକୁ ନେଇ ଏବେ ଅଷ୍ଟ୍ରେଲିଆର ଜଣେ ପୋଷ୍ଟମ୍ୟାନ ବଡ ଚର୍ଚ୍ଚାରେ । ଆଉ ତାଙ୍କ କାର୍ଯ୍ୟକଳାପ ପାଇଁ ମଧ୍ୟ ସେ ଏବେ ସମାଲୋଚନାର ଶିକାର ହେଉଛନ୍ତି । ଏହି ପୋଷ୍ଟମ୍ୟାନ ଜଣଙ୍କ ଜନସନ ନାମକ ଜଣେ ବ୍ୟକ୍ତିଙ୍କ ଘରକୁ ନିୟମିତ ଚିଠି ଲେଖୁଥିଲେ, ତାଙ୍କ ନିକଟକୁ ଆସୁଥିବା ଚିଠି ଉପରେ ମଧ୍ୟ ଲେଖିଦେଉଥିଲେ ତୁମ ଘର ଆଗ ଅପରିଷ୍କାର ରହୁଛି, ତୁରନ୍ତ ସଫା କର । ହେଲେ ଶେଷ ଚିଠିରେ ସେ ଯେଉଁ ଧମକ ଦେଇଥିଲେ ତାହା ଚର୍ଚ୍ଚାକୁ ଆସିଛି ।

ltr

ମିଳିଥିବା ସୂଚନା ଅନୁସାରେ ଜନସନଙ୍କ ଘରକୁ ଆସୁଥିବା ଚିଠିରେ ପୋଷ୍ଟମ୍ୟାନ ଉଲ୍ଲେଖ କରିଥିଲେ ଯେ, ତୁମ ଘର ଆଗରେ ଅଳିଆ ଆବର୍ଜନା ରହୁଥିବାରୁ ଚିଠି ପକାଇବାରେ ଅସୁବିଧା ହେଉଛି । ହେଲେ ଏହାକୁ ଗୁରୁତ୍ୱ ଦେଉନଥିଲେ ଜନସନ । ଦିନେ ଜନସନଙ୍କୁ ଆଉ ଏକ ଚିଠି ମିଳିଥିଲା । ସେଥିରେ ଲେଖାଥିଲା ଯେ, ଯଦି ଘର ଆଗ ସଫା ନରଖିବ ତେବେ ଚିଠି ଦେବିନାହିଁ ।

ltr1

ଏହି ଧମକପୂର୍ଣ୍ଣ ଚିଠି ପାଇବା ପରେ ଜନସନ ସୋସିିଆଲ ମିଡିଆରେ ସବୁ ଚିଠିକୁ ପୋଷ୍ଟ କରିଥିଲେ । ଏହି ଘଟଣା ଭାଇରାଲ ହେଲାପରେ ପୋଷ୍ଟମ୍ୟାନଙ୍କ ତରଫରୁ ତାଙ୍କ କମ୍ପାନୀ ଆଗକୁ ଆସିଥିଲା । କମ୍ପାନୀ କହିଥିଲା ଯେ, ଆପଣଙ୍କ ଅଞ୍ଚଳ ସଫା ସୁତରା ନାହିଁ । ଯଦି ଆପଣଙ୍କୁ ଲାଗୁଛି ପୋଷ୍ଟମ୍ୟାନ ଆପଣଙ୍କୁ ଧମକ ଦେଉଛନ୍ତି ତେବେ ଏଥିପାଇଁ ଆମେ କ୍ଷମା ମାଗୁଛୁ, ପ୍ରତିଶ୍ରୁତି ଦେଉଛୁ ଯେ, ସବୁ ଚିଠି ଆପଣଙ୍କୁ ପ୍ରଦାନ କରାଯିବ ।

letter

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More