Only for Entertainment

କମବ୍ୟାକ ପାଇଁ ପ୍ରସ୍ତୁତ ହେଉଛନ୍ତି ୟୋ ୟୋ ହନି ସିଂ , ଜିମରେ କରୁଛନ୍ତି କଡା ମେହନତ !

youtube
0 54

ବଲିଉଡ୍ ରାପର୍ ୟୋ ୟୋ ହନି ସିଂ, ଏବେ ଜିମରେ କରୁଛନ୍ତି କଡା ମେହନତ୍ । ନିଜ ଲୋକପ୍ରିୟତାକୁ ପୁଣିଥରେ ହାସଲ କରିବା ପାଇଁ ହନି ସିଂ ଚଳାଇଛନ୍ତି ପ୍ରସ୍ତୁତି । ତେବେ ଶୁଣିବାକୁ ମିଳିଛି ହନି ସିଂ ବଡି ବନେଇବା ପଛରେ ରହିଛି ଏକ ଖାସ୍ କାରଣ । କୁଆଡେ ଅଭିନେତ୍ରୀ ଚିତ୍ରାଙ୍ଗଦା ସିଂଙ୍କୁ ଇମ୍ପ୍ରେସ କରିବା ପାଇଁ ଏହିପରି ପ୍ରୟାସ କରୁଛନ୍ତି ୟୋ ୟୋ ।

ତେବେ ପ୍ରକୃତ କଥା ହେଲା ହନି ସିଂ ନିଜ ଆଗାମି ମ୍ୟୁଜିକ୍ ଭିଡିଓ ଆଲବମ୍ରେ ଚିତ୍ରାଙ୍ଗଦାଙ୍କ ସହ ନଜର ଆସିବେ । ଆଉ ଏହି ଭିଡିଓରେ ଚିତ୍ରାଙ୍ଗଦାଙ୍କ ଇମେଜ୍ ସହ ନିଜକୁ ପର୍ଫେକ୍ଟ ମ୍ୟାଚ୍ କରାଇବା ପାଇଁ ଏଭଳି କସରତ କରୁଛନ୍ତି ୟୋ ୟୋ । ବଲିଉଡ୍ର ଏହି ସୁନ୍ଦରୀ ନିଜ ପର୍ଫେକ୍ଟ ଫିଗର୍ ପାଇଁ ସବୁବେଳେ ଜଣାଯାଆନ୍ତି । ସ୍ଲିମ୍ ବଡି ଆଉ ଆଟ୍ରାକ୍ଟିଭ୍ ଫେସ୍ । ଚିତ୍ରାଙ୍ଗଦା ନିଜର ଡସ୍କି କଲର୍ ସହ ବଲିଉଡ୍ରେ ବେଶ ଲୋକପ୍ରିୟ । ଏହାସହ ନାୟିକା ଭାବେ ସେ ଯେତିକି ଲୋକପ୍ରିୟ ବଲିଉଡ୍ରେ ଜଣେ ଆଇଟମ୍ ଗାର୍ଲ ଭାବେ ମଧ୍ୟ ସେତିକି ପପୁଲାର୍ । ତାଙ୍କ ଡ୍ୟାନ୍ସ ଓ ଫିଗର୍ରେ ମତୁୱାଲା ହୋଇଥାନ୍ତି ଦର୍ଶକ । ଆଉ ଏବେ ହନି ସିଂଙ୍କ ଆଗାମୀ ମ୍ୟୁଜିକ୍ ଭିଡିଓ ଆଲବମ୍ରେ ଚିତ୍ରାଙ୍ଗଦା ପୁଣିଥରେ ନିଜ ଡ୍ୟାନ୍ସର ଜଲୱା ଦେଖାଇବାକୁ ଯାଉଛନ୍ତି ।

ତେବେ ପୂର୍ବରୁ ବି ହନି ସିଂଙ୍କ ଗୀତରେ ଚିତ୍ରାଙ୍ଗଦା ଆଇଟମ୍ ଗର୍ଲ ଭାବେ ନଜର ଆସିଛନ୍ତି । ମାତ୍ର ସେଥିରେ ଚିତ୍ରାଙ୍ଗଦାଙ୍କ ସହ ଅଭିନୟ କରିବାର ସୁଯୋଗ ମିଳି ନଥିଲା ହନି ସିଂଙ୍କୁ । ହେଲେ ଏବେ ଚିତ୍ରାଙ୍ଗଦାଙ୍କ ସହ ଏକ ଭିଡିଓରେ ନଜର ଆସିବେ ୟୋ ୟୋ । ଯାହାକୁ ନେଇ ଏବେ ସେ ତୟାରି ଆରମ୍ଭ କରିଦେଇଛନ୍ତି । ତେବେ ୨ ବର୍ଷର ବିରତି ପରେ ହନି ସିଂହ କମ୍ବ୍ୟାକ୍ କରିଛନ୍ତି ବଲିଉଡ୍କୁ । ଗତ ସପ୍ତାହରେ ରିଲିଜ୍ ହୋଇଥିବା ଫିଲ୍ମ ସୋନୁ କେ ଟିଟୁ କି ସ୍ୱିଟିରେ ହନି ସିଂଙ୍କ ଭଏସ୍ର ଯାଦୁ ଶୁଣିବାକୁ ମିଳିଥିଲା । ଆଉ ଏବେ ନିଜ ମ୍ୟୁଜିକ୍ ଭିଡିଓ ଭେଟିଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି ହନି ସିଂ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More