Only for Entertainment

ଜାଣନ୍ତୁ ଆଜିର ରାଶିଫଳ

35

ମେଷ: ପ୍ରଭୁଙ୍କ ସ୍ମରଣରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ବରୀ।

ବୃଷ: ଆଜି କିଛି ନୂଆ କରିବାର ଦିନଟିଏ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ମିଷ୍ଟାନ୍ନ ବ୍ୟବସାୟୀଙ୍କୁ ବଡ଼ ଅର୍ଡର ମିଳିପାରେ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଦୁର୍ଗା।

ମିଥୁନ: ଆଜି ସବୁ କାମ ଆପଣଙ୍କ ମନ ମୁତାବକ ହେବ। କୌଣସି ନିକଟ ସ˚ପର୍କୀୟଙ୍କ ଠାରୁ ଖୁସି ଖବର ମିଳିପାରେ। ଜୀବନସାଥୀଙ୍କ ସହଯୋଗରେ ଘରର ମାହୋଲ୍‌ ଭଲ ହେବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଧବଳେଶ୍ବର।

କର୍କଟ: ଆଜି ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଆର୍ଥିକ ମାମଲାରେ ଲାଭ ମିଳିବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ପରିବାର ସହିତ ଜୀବନ ଆନନ୍ଦମୟ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ଶ୍ରୀ ଗଣେଶ।

ସି˚ହ: ସୁଖ ଓ ସୌଭାଗ୍ୟ ବୃଦ୍ଧି ପାଇଁ ଦିନଟିଏ। ଯାହା ବି କାମ କରିବେ ସଫଳ ହେବେ। ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ। ରାଜନୀତିରେ ପଦପ୍ରାପ୍ତ ହେବ। ପ୍ରିୟ ବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

କନ୍ୟା: ଜୀବନ ସ˚ପୂର୍ଣ୍ଣ ବାଧାମୁକ୍ତ ହେବ। ସାହସ ବଢ଼ିବ, ସମ୍ମାନ ମିଳିବ ଓ ପଇସା ଆସିବ। ବ୍ୟବସାୟରେ ଉନ୍ନତି ଲାଗି ନୂଆ ଅବସର ମିଳିବ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ତୁଳା: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଜ୍ୟୋତିଷ ବିଦ୍ୟାରେ ରୁଚି ବଢ଼ିବ। ମହତ୍ତ୍ବପୂର୍ଣ୍ଣ କଥା ଉପରେ ଅନ୍ୟମାନଙ୍କ ସହିତ ଆଲୋଚନା କରିବାର ଅବସର ମିଳିବ। ଜୀବନସାଥୀଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିମଳା।

ବିଛା: ନିଜ ଉପରେ ବିଶ୍ବାସ ରଖନ୍ତୁ। ମିତ୍ରଙ୍କ ସହଯୋଗରେ ଆପଣଙ୍କ କାମ ପୂରା ହେବ। ଅଫିସରେ କୌଣସି କଥାକୁ ନେଇ ଉଚ୍ଚଅଧିକାରୀ ଆପଣଙ୍କ ଉପରେ ନାରାଜ ହୋଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

ଧନୁ: ଆପଣଙ୍କ ବିନମ୍ର ସ୍ବଭାବ ଆପଣଙ୍କର ସାହାଯ୍ୟ କରିବ। ଆଜି ଆପଣଙ୍କୁ ନିର୍ମାଣ କାର୍ଯ୍ୟରେ ଯଥେଷ୍ଟ ଫାଇଦା ହେବ। ବ୍ୟବସାୟ ଲାଗି ନୂଆ ଅନୁବନ୍ଧ ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ମାଜେଣ୍ତା। ଆରାଧନା: ମାଆ ବିରଜା।

ମକର: କାର୍ଯ୍ୟ ପରିସର ବୃଦ୍ଧି ଲାଗି ସୁଅବସର ମିଳିବ। ଆପଣଙ୍କ ପରାମର୍ଶକୁ ଅନ୍ୟମାନେ ସମ୍ମାନ ଦେବେ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ବାହରକୁ ଭୋଜନ ପାଇଁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: କ୍ୟାରିୟରର ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରିବା ହେତୁ ମନ ଖୁସି ରହିବ। ପ୍ରିୟବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ସତ୍ୟନାରାୟଣ।

ମୀନ: ଦିନଟି ବ୍ୟସ୍ତତାରେ କଟିବ। ପାରିବାରିକ ବିବାଦରୁ ନିବୃତ୍ତ ରହନ୍ତୁ। ବ୍ୟବସାୟରେ ବଡ଼ ଅର୍ଡର ମିଳିପାରେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ମହାଲକ୍ଷ୍ମୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More