Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
29

ମେଷ: ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ମାଣିକେଶ୍ବରୀ।


ବୃଷ: ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।


ମିଥୁନ: ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ଖାତାବହି ଦୋକାନ ଖୋଲିବା ପାଇଁ ଦିନଟି ବହୁତ ଭଲ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସମଲେଶ୍ବରୀ।


କର୍କଟ: ସମୟ ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।


କନ୍ୟା: ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

ତୁଳା: ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ତାରିଣୀ।

ବିଛା: ଆଧୢାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

ଧନୁ: ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ବଗଳାମୁଖୀ।


ମକର: ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରା ହେବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: ଆପଣଙ୍କ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ମୀନ: ପାରିବାରିକ ଗତିବିଧିରେ ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସୂଚନା ମିଳିପାରେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବଗଳାମୁଖୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More