Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
31

ମେଷ: ଧାର୍ମିକ କାର୍ଯ୍ୟରେ ସମୟ ବ୍ୟୟ କରିବେ। ଆପଣଙ୍କ ମନରେ ନୂଆ ନୂଆ ଯୋଜନା ଆସିବ। କାରବାରରେ ଉନ୍ନତି ଲାଗି ନୂଆ ଅବସର ମିଳିବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

ବୃଷ: ପ୍ରଭୁଙ୍କ ଆରାଧନାରେ ମନ‌େର ସକାରାତ୍ମକ ଶକ୍ତି ସ˚ଚାର ହେବ। ଯାହା ବି କାମ କରିବେ ସହଜରେ ପୂରା ହେବ। ମିତ୍ରଙ୍କ ସହିତ କିଛି ସମୟ ବିତେଇବେ। ଛାତ୍ରଙ୍କୁ ଶୁଭ ଖବର ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ କୀଚକେଶ୍ବରୀ।

ମିଥୁନ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ନୂଆ କାମରେ ଧୀରେ ଧୀରେ ଗତି ଆସିବ। ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଅମ୍ବିକା।

କର୍କଟ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। ବ୍ୟବସାୟ ଲାଗି ଭଲ ସୁଯୋଗ ମିଳିବ। ଆର୍ଥିକ ସମସ୍ୟାର ସମାଧାନ ହେବ। ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

 

ସି˚ହ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ଜମି କାରବାରରେ ନିବେଶ ପାଇଁ ବାପାଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

କନ୍ୟା: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। କୌଣସି ଶୁଭ ଖବର ପାଇବେ। ପ୍ରେମରେ ସଫଳ ହେବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ଶ୍ରୀକୃଷ୍ଣ।

 

ତୁଳା: ଦିନଟି ଆପଣଙ୍କ ଲାଗି ସହଜ ହେବ। ସ୍ଥଗିତ ଥିବା କାମ ପୂରା ହୋଇଯିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ। ବାହନ କିଣିବା ଲାଗି ମନ ବଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ପାଟଣେଶ୍ବରୀ।

 

ବିଛା: ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି। ଚାକିରିରେ କୌଣସି ବିଶେଷ ଦାୟିତ୍ବ ଗ୍ରହଣ କରିବେ। ବ୍ୟବସାୟରେ ଫାଇଦା ହେବ। ଘରକୁ ବନ୍ଧୁଙ୍କ ଆସିବା-ଯିବା ଲାଗି ରହିବ। ଦାମ୍ପତ୍ୟ ଜୀବନ ସୁଖରେ ବିତିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଆଜି ଆପଣ ଯେଉଁ ଯୋଜନା ପ୍ରସ୍ତୁତ କରିବେ, ସେଥିରୁ ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ। ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବ୍ୟାବସାୟିକ କାମରେ ଯାତ୍ରା‌େର ଯାଇପାରନ୍ତି। ଶୁଭରଙ୍ଗ: ଲାଲ। ଆରାଧନା: ପ୍ରଭୁ ହନୁମାନ।

 

ମକର: ଆଜି ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ଅଫିସରେ ଆପଣଙ୍କ କାମ କରିବା ଶୈଳୀରେ କର୍ତ୍ତୃପକ୍ଷ ଖୁସି ହେବେ। ପ୍ରେମିକପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

କୁମ୍ଭ: ବାପାମାଆଙ୍କ ସହଯୋଗରେ ପରିସ୍ଥିତି ଅନୁକୂଳ ହେବ। କାରବାର ସମ୍ବନ୍ଧରେ ଭଲ ଖବର ପାଇବେ। ନେତାଙ୍କ ସହିତ ସ˚ପର୍କ ମଜଭୁତ ହେବ। ଅଚାନକ କୌଣସି ସମାରୋହକୁ ଯାଇପାରନ୍ତି। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

 

ମୀନ: ଆଜି ଆପଣ ନିଜକୁ ଭଲଭାବେ ପ୍ରସ୍ତୁତ କରିବେ। ଭାବିଥିବା ସବୁ କାମ ପୂରା ହେବ। ସେୟାର କିଣିବା ବା ନୂଆ କାରବାରରେ ଅର୍ଥନିବେଶ ପାଇଁ ବିଚାର କରିବେ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ତାରିଣୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More