Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
22

ମେଷ: ଦିନଟି ଆପଣଙ୍କ ଲାଗି ଦୁଃଖ ଓ ସୁଖ ମିଶ୍ରିତ ହୋଇ ରହିବ। କିଛି ନୂଆ କରି ଦେଖାଇବା ଲାଗି ଯୋଜନା କରିପାରନ୍ତି। ସହକର୍ମୀଙ୍କ ସହିତ ତର୍କ ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ସମାଜ ସେବାରେ ସମୟ ଦେବେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଗାୟତ୍ରୀ।

ବୃଷ: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। ପ୍ରତ୍ୟେକ କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିପାରିବେ। ଆର୍ଥିକ ପକ୍ଷ ମଜଭୁତ ହେବ। ପାରିବାରିକ ଜୀବନ ସୁଖମୟ ହେବ। ଗଣିତ ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ମିଥୁନ: କୌଣସି କାମ ଆରମ୍ଭ କରିବା ଲାଗି ସମୟ ଭଲ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ।

କର୍କଟ: ଦିମାକରେ ଲାଗି ରହିଥିବା ନକାରାତ୍ମକ ଚିନ୍ତାଧାରା ସମାପ୍ତ ହୋଇଯିବ। ବ୍ୟବସାୟିକ କଥାବାର୍ତ୍ତା ଲାଗି ଦୂରସ୍ଥାନକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି, ସେମାନଙ୍କୁ ଲାଭ ପ୍ରାପ୍ତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ବଗଳାମୁଖୀ।

ସି˚ହ: ଜରୁରୀ କାମ ବ୍ୟବସ୍ଥିତ କରିବାରେ ପରିଶ୍ରମ ଦ୍ବିଗୁଣା କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ବ୍ୟବସାୟରେ ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ଚାକିରିଆଙ୍କର ବଦଳି ହୋଇପାରେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଭୈରବୀ।


କନ୍ୟା: ଆଜି ଆପଣଙ୍କର ଆତ୍ମବଳ ଓ ଉତ୍ସାହ ବୃଦ୍ଧି ହେବ। ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ବ୍ୟବସାୟୀଙ୍କୁ ଅଧିକ ଧନଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ତୁଳା: ଦିନଟି ଆପଣଙ୍କୁ ସୁଖ ଓ ସୌଭାଗ୍ୟ ପ୍ରଦାନ କରିବ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ବହୁତ ନୂଆ ରୁଚି ଅନୁଭବ କରିପାରନ୍ତି। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ମହିଳାମାନେ ଜୀବନ ଯାତ୍ରାରେ ଆଗକୁ ବଢ଼ିବେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ସମଲେଶ୍ବରୀ।

ବିଛା: ଆଜି ଆପଣଙ୍କ ଅଧିକତର କାମ ପୂରା ହୋଇଯିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କରିବେ ସତ ହେଲେ ଆପଣ ଆୟତ୍ତ କରିନେବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ପ୍ରେମିକା ସହିତ ବାହାରକୁ ଭୋଜନ ପାଇଁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।


ଧନୁ: ଆପଣଙ୍କର ମନୋଭାବ ହାସ୍ୟୋଦ୍ଦୀପକ ରହିବ। ବନ୍ଧୁଙ୍କ ସହିତ ସମୟ କଟିବ। ଚାକିରିଆଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ସାକ୍ଷାତକାରରେ ସଫଳତା ପାଇବେ। ବିବାହିତାଙ୍କୁ ପାରିବାରିକ ସୁଖ ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ପାଟଣେଶ୍ବରୀ।


ମକର: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବା ହେତୁ ମନ ଖୁସି ରହିବ। ଚାକିରିଆଙ୍କ ପାଇଁ ସମୟ ଠିକ୍‌ ରହିବ। ରାଜନୀତିରେ ଲାଭ ପାଇବେ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ମତଭେଦ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

କୁମ୍ଭ: ଆତ୍ମବିଶ୍ବାସର ସହ କାମ କରନ୍ତୁ; ସଫଳତା ନିଶ୍ଚୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ। ପଇସା ସମ୍ବନ୍ଧିତ କୌଣସି ବଡ଼ ମାମଲାର ସମାଧାନ ହୋଇଯିବ। ଓକିଲଙ୍କ ପାଇଁ ଦିନଟି ଲାଭପ୍ରଦ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

ମୀନ: ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଆପଣଙ୍କର ସକାରାତ୍ମକ ଭାବନାରେ ଲୋକେ ପ୍ରଭାବିତ ହେବେ। କୌଣସି ବଡ଼ କ˚ପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ହର ପାର୍ବତୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More