Only for Entertainment

ଜାଣନ୍ତୁ ଆଜିର ରାଶିଫଳ

87

ମେଷ: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭଦାୟକ ରହିବ। ପରିବାର ଲୋକଙ୍କର ଆପଣଙ୍କ ଠାରୁ କିଛି ଆଶା ରହିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ।

ବୃଷ: ଧାର୍ମିକ ପ୍ରବୃତ୍ତି ବୃଦ୍ଧି ହେବ। ପରିବାର ଲୋକଙ୍କ ସହିତ ମନ୍ଦିରକୁ ଯିବେ। ଲୋକମାନଙ୍କ ମଧୢରେ ଆପଣଙ୍କର ଅଲଗା ଛବି ଦେଖାଯିବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ବାର ଖୋଲିପାରେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଦୁର୍ଗା।

ମିଥୁନ: ନକାରାତ୍ମକ ଚିନ୍ତା ମନରୁ ବାହାର କରିଦିଅନ୍ତୁ। ଆପଣ ଭାବିଥିବା କାମ ପୂରା ହେବ। କୌଣସି ଉପନ୍ୟାସ ପଢ଼ିବାରେ ମନ ବଳାଇପାରନ୍ତି। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଫେସନ ଡିଜାଇନିଙ୍ଗ ଛାତ୍ରୀଙ୍କୁ ଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

କର୍କଟ: କ୍ୟାରିଅର ସମ୍ବନ୍ଧିତ କୌଣସି ମାମଲା ସମାଧାନ ହେବ। ବରିଷ୍ଠ ଲୋକ ନିଜ ବନ୍ଧୁଙ୍କ ସହିତ ମିଶିବେ। ଅଫିସରେ ବାତାବରଣ କାମର ଗତିକୁ ଦ୍ରୁତ କରିବ। ରାଜନୀତିରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

ସି˚ହ: କାର୍ଯ୍ୟକ୍ଷେତ୍ରରେ କୌଣସି ସମସ୍ୟା ଆସିପାରେ। ନୂଆ ସଉଦାରେ ଅର୍ଥ ଲଗାଣ ପୂର୍ବରୁ ଅନୁଭବୀ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଚାକିରିରେ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବଗଳାମୁଖୀ।

କନ୍ୟା: ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। ଆପଣଙ୍କର ପ୍ରତିଟି କାମର ବ୍ୟବସ୍ଥା ସହସାରେ ବାହାରିଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମ ପ୍ରସଙ୍ଗ ପାଇଁ ଦିନଟି ଅନୁକୂଳ। ସଙ୍ଗୀତ ଶୁଣିବାକୁ ମନ କହିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଗାୟତ୍ରୀ।

ତୁଳା: ମାତା-ପିତାଙ୍କ ଠାରୁ ନେଇଥିବା ପରାମର୍ଶ ଲାଭପ୍ରଦ ରହିବ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଆୟର ନୂଆ ରାସ୍ତା ଖୋଲିବ। ଚାକିରିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି। ଜୀବନସାଥୀଙ୍କଠାରୁ ଖୁସି ପାଇବେ। ଶୁଭରଙ୍ଗ: ସବୁଜ। ଆରାଧନା: ମହାଲକ୍ଷ୍ମୀ।

ବିଛା: ଆଜି ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ଉଚ୍ଚଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ, ସକାରାତ୍ମକ ଫଳ ମିଳିବ। ବ୍ୟବସାୟରେ ଫାଇଦା ହୋଇପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀଗଣେଶ।

ଧନୁ: ଆଜି କିଛି ଭଲ ଲୋକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ମକର: ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ଫିଲ୍ମରେ ଆପଣଙ୍କୁ ବଢ଼ିଆ ସୁଯୋଗ ମିଳିବ। ବେପାର ଉଦ୍ୟୋଗରେ ଠିକ୍‌ ସମୟରେ ଉଚିତ ନିର୍ଣ୍ଣୟ ନେବେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ବାବା ଆଖଣ୍ତଳମଣି।

କୁମ୍ଭ: କୌଣସି କଥାକୁ ନେଇ ଅଶାନ୍ତିରେ ଥିଲେ ସାଥୀଙ୍କୁ କୁହନ୍ତୁ। ଆପଣ ନିଜ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କାରବାରୀଙ୍କୁ ବିଶେଷ ଲାଭ ହେବ। ସ୍ବାସ୍ଥ୍ୟ ଉପରେ ଧୢାନ ଦେବା ଦରକାର। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ବଗଳାମୁଖୀ।

ମୀନ: ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କର ସାହାଯ୍ୟ ମିଳିବ। ଆର୍ଥିକ ରୂପେ ଆପଣ ଖାସ୍‌ ସକ୍ଷମ ରହିବେ। ଲେଖକଙ୍କ ବିଚାରର ସମ୍ମାନ ହେବ। ରାଜନୀତିରେ ସଫଳତା ପାଇବେ। ଅବିବାହିତ ଲୋକଙ୍କ ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More