Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

horoscope
0 57

ମେଷ: ଆଜି ଆପଣ ଟିିକେ ବିଷାଦଗ୍ରସ୍ତ ରହିବେ। କଂପାନି ତରଫରୁ ବିଦେଶ ଯିବାକୁ ପଡ଼ିପାରେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ସମୟ ଦେବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରଖନ୍ତୁ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ଭଦ୍ରକାଳୀ।

ବୃଷ: କ୍ୟାରିୟରରେ ସୁଧାର ପାଇଁ ଭଲ ଦିନଟିଏ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ଆସିବ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ଘର ସଜାଇବା ପାଇଁ କୌଣସି ଉପକରଣ କିଣିବେ। ଗଣିତ ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ଦୁର୍ଗା।

 

ମିଥୁନ: ଆପଣଙ୍କ ଭାବନା ରଚନାତ୍ମକ ରହିବ। କୌଣସି ବିଶେଷ କାର୍ଯ୍ୟ ଅତି ଶୀଘ୍ର କରିଦେବେ। ପ୍ରତିଷ୍ଠିତ ଲୋକଙ୍କ ଠାରୁ ସମ୍ମାନ ପାଇବେ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭପ୍ରଦ। ଆର୍ଥିକ ସ୍ଥିତି ଭଲ ରହିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ଲିଙ୍ଗରାଜ।

 

କର୍କଟ: ବ୍ୟବସାୟ ସମ୍ବନ୍ଧିତ ଜରୁରୀ ଫଇସଲା ନେବେ। ସନ୍ତାନଙ୍କ ସଫଳତାରେ ମନ ଖୁସି ରହିବ। ବନ୍ଧୁଙ୍କ ସହିତ ମଉଜ ମଜଲିସ ଓ ମନୋରଂଜନଧର୍ମୀ କାର୍ଯ୍ୟରେ ସମୟ କଟିବ। ବେକାରଙ୍କୁ ରୋଜଗାର ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।

ସିଂହ: ଆପଣଙ୍କ ବିଚାରକୁ ସକାରାତ୍ମକ ରଖନ୍ତୁ। ବେପାରକୁ ନେଇ ଭାଗୀଦାରିଙ୍କ ସହିତ ମତଭେଦ ହୋଇପାରେ। ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ। ମହିଳାମାନେ ପ୍ରେମ ପାଇବାର ଦିନଟିଏ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ।

କନ୍ୟା: ଦିନଟି ଆପଣଙ୍କ ଲାଗି ଉତ୍ସାହ ଭରା ରହିବ। ଅଫିସରେ ଆପଣଙ୍କ କାମକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଉତ୍ତମ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ତୁଳା: ଦିନଟି ଲାଭପ୍ରଦ ରହିବ। କ୍ୟାରିୟର ଗଢ଼ିବା ପାଇଁ ଭଲ ପ୍ରସ୍ତାବ ପାଇବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ଅଚାନକ କୌଣସି ଖବର ମିଳିବା ହେତୁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଦିନଟି ଆପଣଙ୍କ ପାଇଁ ସବୁ ଦୃଷ୍ଟିରୁ ଭଲ। ଖୁବ୍‌ ମଜା କରିବେ ଓ ଖୁସି ରହିବେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଚାକିରିଆଙ୍କୁ ଉତ୍ତମ ଅବସର ମିଳିବା ଯୋଗ ରହିଛି। ପାରିବାରିକ ଜୀବନ ସୁଖଶାନ୍ତିଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଙ୍ଗଳା।

 

ଧନୁ: କର୍ମକ୍ଷେତ୍ରରେ ପରିଶ୍ରମ ଅଧିକ କରି ସଫଳ ହେବେ। ଆପଣଙ୍କୁ କୌଣସି ବଡ଼ ଦାୟିତ୍ଵ ମିଳିପାରେ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟପାନୀୟର ମଜା ନେବେ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ବିରଜା।

ମକର: ଆତ୍ମଚିନ୍ତନରେ ଅଧିକ ସମୟ ବିତିବ। ଧର୍ମ ସମ୍ବନ୍ଧିତ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ରାଜନୀତିରେ ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଲକ୍ଷ୍ମୀଙ୍କର ଆଗମନ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ନାରାୟଣୀ।

କୁମ୍ଭ: ଆପଣ ନିଜ କାମରେ ପ୍ରଶଂସା ଓ ପୁରସ୍କାର ପାଇବେ। ଆର୍ଥିକ ସ୍ଥିତି ବିଶେଷ ରୂପେ ମଜଭୁତ ହେବ। ପରିବାର ଲୋକଙ୍କ ଠାରୁ ଖୁସି ମିଳିପାରେ। ଅଫିସରେ କାମ ସମୟ ପୂର୍ବରୁ ପୂରା ହେବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ତାରିଣୀ।

 

ମୀନ: ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। କୌଣସି ବଡ଼ କଂପାନିରେ ଆପଣଙ୍କୁ ଚାକିରିର ପ୍ରସ୍ତାବ ମିଳିପାରେ। ଜମିରେ ନିବେଶ ପାଇଁ ଦିନଟି ଭଲ। ସନ୍ଧ୍ୟାରେ ପରିବାର ସହିତ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଲାଲ। ଆରାଧନା: ମହାଲକ୍ଷ୍ମୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More