Only for Entertainment

ଜାଣନ୍ତୁ ଆଜିର ରାଶିଫଳ

Horoscope
0 53

ମେଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ସାମାଜିକ ସମାରୋହରେ ସହଯୋଗ କରିବାର ସୁଯୋଗ ମିଳିବ। ବ୍ୟବସାୟରୁ ଆଶାନୁରୂପ ଫଳ ପାଇବେ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

 

ବୃଷ: ଆପଣଙ୍କ କାମ ପୂରା କରିବାରେ କେହି ଅବରୋଧ କରିପାରିବେ ନାହିଁ। ବିଶେଷ ମାମଲାର ସମାଧାନ ଶୀଘ୍ର ମିଳିଯିବ। ବେକାରଙ୍କୁ ରୋଜଗାର ମିଳିବ। ପ୍ରିୟବନ୍ଧୁଙ୍କୁ କୌଣସି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧୂସର। ଆରାଧନା: ମାଆ ବିରଜା।

ମିଥୁନ: ଦେବୀମାତାଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। କାରବାର ବୃଦ୍ଧି କରିବାକୁ ଚେଷ୍ଟା କରିବେ ଏବଂ ସଫଳତା ମିଳିବ। ଆର୍ଥିକ ସ୍ଥିତି ଠିକ୍‌ ରହିବ। ଯୁବକଙ୍କ ଲାଗି ଉନ୍ନତିର ନୂଆ ଦ୍ଵାର ଖୋଲିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ କାଳୀଜାଈ।

 

କର୍କଟ: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ରହିବେ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ରାଜନୀତି କ୍ଷେତ୍ରକୁ ଯିବା ପାଇଁ ବିଚାର କରିବେ। ଚାକିରିରେ ଉନ୍ନତି ମିଳିବ। ସ୍ୱାସ୍ଥ୍ୟରକ୍ଷା ଲାଗି ପ୍ରତିଦିନ ପ୍ରାତଃଭ୍ରମଣ ଓ ଯୋଗ କରନ୍ତୁ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ସମଲେଶ୍ୱରୀ।

 

ସିଂହ: ଧୈର୍ଯ୍ୟ ଧରି ରହିଲେ ଆପଣ ଆରାମ ଅନୁଭବ କରିବେ। କୌଣସି ଫଇସଲା ନେବାରେ ସଂଶୟ ରହିବ। ଜୀବନସାଥୀଙ୍କ ପରାମର୍ଶ ଆଗକୁ ବଢ଼ିବାରେ ସହାୟକ ହେବ। ଖର୍ଚ୍ଚ ବଢ଼ିପାରେ। ଜରୁରୀ ସାମଗ୍ରୀ କିଣିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିରଜା।

କନ୍ୟା: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ବ୍ୟବସାୟରେ ଶୀଘ୍ର ଫଇସଲା ଲାଭପ୍ରଦ ହେବ। ଅଫିସରେ ଆପଣଙ୍କ କାମକୁ ପ୍ରଶଂସା ମିଳିବ। ଜୀବନସାଥୀଙ୍କ ଠାରୁ କୌଣସି ଶୁଭ ଖବର ପାଇବେ। ସଙ୍ଗୀତ ଛାତ୍ରୀଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ଶ୍ରୀ ଗଣେଶ।

 

ତୁଳା: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ନୂଆ ଗାଡ଼ି କିଣିବା ପାଇଁ ମନ ବଳିବ। ବ୍ୟବସାୟୀ ଆଜି ଯୋଜନା ପ୍ରସ୍ତୁତ କରିବେ। ବଢ଼ିଆ ଚାକିରିର ସୁଯୋଗ ଆସିବ। ବନ୍ଧୁଙ୍କଠାରୁ ସୁସମ୍ବାଦ ପାଇବେ। ମନ ପ୍ରଫୁଲ୍ଲ ରହିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମହାଲକ୍ଷ୍ମୀ।

ବିଛା: ଦିନଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରି ପାରିବେ ନାହିଁ। ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଭୈରବୀ।

 

ଧନୁ: ଆର୍ଥିକ ସ୍ଥିତି ଦୁର୍ବଳ ହେବାରୁ ଜରୁରୀ କାମ ସ୍ଥଗିତ ହେବ। ଆପଣଙ୍କ ବାଣୀ ଉପରେ ସଂଯମ ରଖନ୍ତୁ। ସୁଖଦ ସମାଚାର ମିଳିବାର ସମ୍ଭାବନା। ଘରକୁ ବନ୍ଧୁଙ୍କ ଆସିବାଯିବା ଲାଗି ରହିବ। କ୍ୟାରିୟରକୁ ନେଇ କୌଣସି ବଡ଼ ଫଇସଲା ନେଇ ପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ହନୁମାନ।

 

ମକର: ଦିନଟି ଶୁଭଫଳ ପ୍ରଦାନ କରିବ। କାମ ଓ ପରିଶ୍ରମରୁ ଆପଣଙ୍କୁ ପୂରା ଫାଇଦା ମିଳିବ। ସରକାରୀ ଚାକିରିଆଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ। ଛାତ୍ରୀଙ୍କୁ ପରୀକ୍ଷାରେ ଭଲ ଫଳାଫଳ ମିଳିବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ବାବା ଗୁପ୍ତେଶ୍ୱର।

 

କୁମ୍ଭ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣଙ୍କର ଆତ୍ମବିଶ୍ୱାସ ଯଥେଷ୍ଟ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ରହିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ସରସ୍ୱତୀ।

ମୀନ: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବଂ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ପରିଶ୍ରମର ଯଥେଷ୍ଟ ଫାଇଦା ଆପଣଙ୍କୁ ମିଳିବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି। ସନ୍ଧ୍ୟାରେ କୌଣସି ବନ୍ଧୁଙ୍କ ସହିତ ଭେଟ ସୁଖଦ ହେବ। ଶୁଭରଙ୍ଗ: ବାଦାମୀ। ଆରାଧନା: ସୂର୍ଯ୍ୟଦେବ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More