Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

horoscope
0 46

ମେଷ: ମନରେ ଦ୍ଵନ୍ଦ୍ୱ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। ସଂସ୍ଥାର ପରିଯୋଜନାରେ ଧ୍ୟାନ କେନ୍ଦ୍ରିତ କରିବେ। ଆର୍ଥିକ ସ୍ଥିତିରେ ସୁଧାର ହେବ। କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ। ପ୍ରେମିକପ୍ରେମିକାଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମହାଦେବ।

ବୃଷ: ଦିନଟି ଢେର୍‌ସାରା ସ୍ୱାଗତ ନେଇ ଆସିଛି। କୌଣସି ଅନୁବନ୍ଧ ପାଇଁ ପ୍ରସ୍ତାବ ପାଇବେ। ଆପଣଙ୍କ ବ୍ୟକ୍ତିତ୍ଵ ଅନ୍ୟମାନଙ୍କୁ ଆକର୍ଷିତ କରିବ। ସ୍ୱାଧୀନ ସଂସ୍ଥାରେ ଚାକିରି କରୁଥିବା ବ୍ୟକ୍ତିଙ୍କର ପଦୋନ୍ନତି ହୋଇପାରେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ବୃଦ୍ଧି ଲାଗି ଦିନଟି ବଢ଼ିଆ। ବିରୋଧୀ କ୍ଷତି ପହଞ୍ଚାଇବା ଲାଗି ଅସଫଳ ପ୍ରୟାସ କରିବେ। ବ୍ୟବସାୟରେ ଆଗକୁ ବଢ଼ିବେ। ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ସନ୍ଧ୍ୟା ସମୟରେ ଶୁଭ ଖବର ମିଳିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଗୁପ୍ତେଶ୍ୱର।

 

କର୍କଟ: ଦିନଟି ସକାରାତ୍ମକଭରା ରହିବ। ଆପଣଙ୍କୁ କିଛି ଶୁଭ ଖବର ମିଳିପାରେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ହେବ। ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ତାରିଣୀ।

ସିଂହ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ପରିବର୍ତ୍ତନ କରିବେ। ଆପଣଙ୍କ ବାଣୀ ଉପରେ ସଂଯମ ରଖନ୍ତୁ। ପାରିବାରିକ କାର୍ଯ୍ୟରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ସମଲେଶ୍ୱରୀ।

କନ୍ୟା: ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ଜାଗ୍ରତ ହେବ। ବ୍ୟବସାୟରେ ଫାଇଦା ପାଇଁ କୌଣସି ବ୍ୟକ୍ତି ମିଳିବେ। ଅଫିସରେ କିଛି ବଡ଼ ସଉଦା କରିବାର ସୁଯୋଗ ମିଳିପାରେ। ବୈବାହିକ ଜୀବନରେ ସୁଖ ଓ ଶାନ୍ତି ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ତୁଳା: ଆଜି ଆପଣଙ୍କର ଅଧିକତର କାମ ପୂରା ହୋଇଯିବ। କଳାକାରଙ୍କୁ ଫିଲ୍ମର ପ୍ରସ୍ତାବ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ପାଟଣେଶ୍ୱରୀ।

ବିଛା: ଦିନଟି ଖୁସିଭରା ରହିବ। ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ। ଜୀବନସାଥୀଙ୍କ ସହିତ ମତଭେଦ ଦୂର ହେବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ପ୍ରିୟବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

ଧନୁ: ସବୁ ପ୍ରକାର ପରିସ୍ଥିତିର ମୁକାବିଲା କରିବା ଲାଗି ପ୍ରସ୍ତୁତ ରହନ୍ତୁ। ଘରୋଇ ଜିନିଷପତ୍ର କିଣିବାରେ ଅଧିକ ପଇସା ଖର୍ଚ୍ଚ ହେବ। ଅଫିସରୁ ଘରକୁ ଫେରିବା ସମୟରେ ବନ୍ଧୁଙ୍କ ସହିତ ମତଭେଦ ହେବ। ଖାଦ୍ୟପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଲାଲ। ଆରାଧନା: ଶ୍ରୀ ଗଣେଶ।

 

ମକର: ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ବିଶୃଙ୍ଖଳା ସମାପ୍ତ ହୋଇଯିବ। ଫୁଟ୍‌ବଲ ଖେଳାଳିଙ୍କ ଲାଗି ଦିନଟି ଶୁଭ। ମହିଳାଙ୍କୁ ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମଝିଘରିଆଣୀ।

କୁମ୍ଭ: ଆପଣଙ୍କର ରୁଚି କଳାତ୍ମକ କାମରେ ଅଧିକ ରହିବ। ପ୍ରେମୀଜନଙ୍କ ଠାରୁ ସୁଖ ଓ ସନ୍ତୋଷ ମିଳିବ। ବେକାରଙ୍କୁ ରୋଜଗାର ମିଳିବ। ବ୍ୟବସାୟରେ ଧନଲାଭ ହେବ। ଅଫିସରେ ସହଯୋଗୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଶାରଳା।

ମୀନ: ବିଚାରରେ ସକାରାତ୍ମକ ବଜାୟ ରହିବ। ଉନ୍ନତି ଲାଗି ଅଲଗା ଅଲଗା ରାସ୍ତା ଆଗକୁ ଆସିବ। କାରବାରରେ ପରିବର୍ତ୍ତନ ଆଣିବେ ଓ ସଫଳତା ପାଇବେ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ଛାତ୍ରଙ୍କୁ କୌଣସି ମିତ୍ରଙ୍କର ସହଯୋଗ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଭୈରବୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More