Only for Entertainment

ଜାଣନ୍ତୁ ଆଜିର ରାଶିଫଳ

youtube
0 59

ମେଷ: ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ ଦେବ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଚାକିରିଆଙ୍କ ଲାଗି ଦିନଟି ବହୁତ ଭଲ ରହିବ। କେହି ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

 

ବୃଷ: ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ମହତ୍ତ୍ଵପୂର୍ଣ୍ଣ କଥା ଉପରେ ଲୋକଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ। ଆର୍ଥିକ ସ୍ଥିତିରେ ଲାଗି ରହିଥିବା ଚିନ୍ତା ଦୂର ହେବ। ଦାମ୍ପତ୍ୟ ଜୀବନରେ ଆପୋସ ପ୍ରେମ ବଢ଼ିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ବାବା ଚନ୍ଦନେଶ୍ୱର।

ମିଥୁନ: ନିଜର ଜିଦ୍‌ ବଜାୟ ରଖିବା ପାଇଁ ବିବାଦ କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ। ଅଫିସ୍‌ରେ ସାବଧାନ ରହିବା ଆବଶ୍ୟକ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

କର୍କଟ: ଆପଣଙ୍କ ବ୍ୟକ୍ତିତ୍ଵ ଅନ୍ୟମାନଙ୍କୁ ଆକର୍ଷିତ କରିବ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତ ହେବ। ପରିବାରରେ କୌଣସି ଉତ୍ସବ ଲାଗି ବାତାବରଣ ଆନନ୍ଦମୟ ରହିବ। ଛାତ୍ରୀଙ୍କୁ ନୂଆ କୋର୍ସରେ ଯୋଡ଼ିବା ଲାଗି ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ସିଂହ: ଆପଣ କ’ଣ ପାଇଛନ୍ତି, କ’ଣ ହରାଇଛନ୍ତି; ସେହି ଚିନ୍ତାରେ ଅଧିକ ସମୟ କଟିବ। ପରିଶ୍ରମ କରିବାକୁ ପ୍ରସ୍ତୁତ ରହନ୍ତୁ। ଇଂଜିନିୟରିଂ ଛାତ୍ରଙ୍କୁ ଚାକିରିର ପ୍ରସ୍ତାବ ମିଳିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପ୍ରାପ୍ତ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ସାଇରାମ।

କନ୍ୟା: ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। ଜ୍ଞାନ ଓ ବୁଦ୍ଧିବଳ ପ୍ରୟୋଗ କରନ୍ତୁ; ସଫଳତା ପାଇବେ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ଖେଳାଳିଙ୍କର ପ୍ରଶଂସକ ସଂଖ୍ୟା ବୃଦ୍ଧି ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଶାରଳା।

ତୁଳା: ଆର୍ଥିକ ଲାଭ ପାଇବା ପାଇଁ ପରିଶ୍ରମ ଅଧିକ କରିବାକୁ ପଡ଼ିବ। କୌଣସି ବଡ଼ ସଉଦା ହୋଇପାରେ। ଅଫିସ୍‌ରେ ଆପଣଙ୍କର ସ୍ଥିତି ମଜଭୁତ ହେବ। କର୍ତ୍ତୃପକ୍ଷ ଆପଣଙ୍କ ଉପରେ ଖୁସି ରହିବେ। ଘରକୁ ହଠାତ୍‌ ଅତିଥି ଆସିବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ମଙ୍ଗଳା।

ବିଛା: ଆପଣଙ୍କ ଯୋଗ୍ୟତା ଅନୁସାରେ ଆପଣଙ୍କୁ ଯଥେଷ୍ଟ କାମ ମିଳିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ନୂଆ ବିଦ୍ୟୁତ୍‌ ଉପକରଣ କିଣି ପାରନ୍ତି। ଜୀବନସାଥୀଙ୍କ ସହିତ ରୋମାଣ୍ଟିକ୍‌ ମନୋଭାବରେ ରହିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।

ଧନୁ: କ୍ୟାରିୟର ଗଢ଼ିବା ପାଇଁ ନୂଆ ପ୍ରସ୍ତାବ ପାଇବେ। ବୈବାହିକ ଜୀବନରେ ମଧୁରତା ଆସିବ। ସାମାଜିକ ସମାରୋହକୁ ଯାଆନ୍ତୁ, ମାନ-ସମ୍ମାନ ବୃଦ୍ଧି ହେବ। ଅଚାନକ ଧନଲାଭ ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ସୂର୍ଯ୍ୟଦେବ।

ମକର: ଦୁନିଆକୁ ଜିଣି ନେବାର ଉତ୍ସାହ ଆପଣଙ୍କ ଭିତରେ ରହିବ। ଆର୍ଥିକ ସମ୍ବନ୍ଧିତ କାମ ପୂରା ହେବ। ପରିବାରରେ ଢେର୍‌ସାରା ଖୁସି ଆସିବ। ଆପଣଙ୍କ ବ୍ୟବହାର ସମସ୍ତଙ୍କ ପ୍ରତି ଭଲ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ସନ୍ତୋଷୀ ମାତା।

କୁମ୍ଭ: ଧ୍ୟାନ ଯୋଗ ଦ୍ୱାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ଆମଦାନି ଉପରେ ଅଧିକ ଧ୍ୟାନ ଦିଅନ୍ତୁ। ଚାକିରିରେ ଏଭଳି ସ୍ଥାନକୁ ବଦଳି ହେବ ଯାହା ଦ୍ଵାରା ଯିବା ଆସିବାରେ ଅସୁବିଧା ହୋଇପାରେ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ମୀନ: ଭାଗ୍ୟ ଆପଣଙ୍କୁ ପୂରା ସାଥ ଦେବ। ଜୀବନରେ ଲାଗିରହିଥିବା ସଂଘର୍ଷ ସମାପ୍ତ ହେବ। ବ୍ୟବସାୟ ଓ ଚାକିରି ବୃତ୍ତିରେ ଉନ୍ନତି ହେବ। ପରିବାର ସହ ହସଖୁସିରେ ସମୟ କଟିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ୱରୀ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More