Only for Entertainment

ଜାଣନ୍ତୁ ଆଜିର ରାଶିଫଳ

0 43

ମେଷ: ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ, ମନରେ ବିଶ୍ୱାସ ବୃଦ୍ଧି ହେବ। କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ନେଇ ଆସିବେ। ନୂଆ ଘର କିଣିବା ଲାଗି ବିଭିନ୍ନ ସ୍କିମ୍‌ ଉପରେ ଅନୁଧ୍ୟାନ କରିବେ। ଶୁଭରଙ୍ଗ: ଲାଲ। ଆରାଧନା: ହର ପାର୍ବତୀ।

 

ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ। କୌଣସି ନୂଆ କାମ କରନ୍ତୁ; ସଫଳତା ମିଳିବ। ସାମାଜିକ ସ୍ଥିତି ଭଲ ରହିବ। ଅଫିସ୍‌ରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ କରିବେ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ବିରଜା।

ମିଥୁନ: ଦିନସାରା ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ମହତ୍ତ୍ଵପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ଜୀବନସାଥୀଙ୍କ କୌଣସି କଥାକୁ ନେଇ ବିବାଦ ହୋଇପାରେ। ଛାତ୍ରୀଙ୍କୁ ଭାଇଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।

 

କର୍କଟ: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। ଆପଣ ଯାହା ଚାହିିଁଥିଲେ, ତାହା ଆପଣଙ୍କୁ ମିଳିବ। ଅଫିସରେ ଆପଣଙ୍କ ସ୍ଥିତି ମଜଭୁତ ହେବ। ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ସିଂହ: ଦିନଟି ସକାରାତ୍ମକଭରା ରହିବ। ରାଜନୀତିରେ ମହତ୍ତ୍ଵାକାଂକ୍ଷା ପୂରା ହେବ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ବ୍ୟବସାୟୀଙ୍କୁ ଧନଲାଭ ହେବ। ବିବାହିତ ଉଦ୍ୟାନକୁ ବୁଲି ଯିବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ଅମ୍ବିକା।

 

କନ୍ୟା: କ୍ୟାରିୟର ପାଇଁ ସୁବର୍ଣ୍ଣ ସୁଯୋଗ। ଦୀର୍ଘ ଦିନର ମନୋକାମନା ପୂରା ହେବ। ପରିବାରରେ ଖୁସିର ମାହୋଲ୍‌ ରହିବ। କୌଣସି ସମାରୋହରେ ନିକଟ ସଂପର୍କୀୟଙ୍କ ସହିତ ଭେଟ ହେବ। ପ୍ରେମରେ ଆପଣଙ୍କୁ ସଫଳତା ମିଳିବ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ କଟକଚଣ୍ଡୀ।

 

ତୁଳା: ଦିନସାରା ଖୁସି ମନରେ ରହିବେ। ଉଚ୍ଚପଦ ଅଳଙ୍କୃତ ପାଇଁ ବାଧା ଦୂର ହେବ। ଇଷ୍ଟଦେବଙ୍କ ପ୍ରତି ଆସ୍ଥା ବଢ଼ିବ। କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ। ଦିନଟି ଆର୍ଥିକ ଦୃଷ୍ଟିରୁ ଖୁବ୍‌ ଭଲ ରହିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ମାଣିକେଶ୍ୱରୀ।

ବିଛା: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ। ଗୋଟିଏ ଦିଗରେ ପ୍ରୟାସ କରନ୍ତୁ ଯଥେଷ୍ଟ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଡାକ୍ତରଙ୍କ ଲାଗି ଦିନଟି ଭଲ। ମାନସିକ ଶାନ୍ତି ଅନୁଭବ କରିବେ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

 

ଧନୁ: ଦିନଟି ଠିକ୍‌ଠାକ୍‌ ରହିବ। ଆପଣ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ଆୟ ବୃଦ୍ଧିର ଯୋଗ ରହିଛି। ପାରିବାରିକ ଜୀବନ ସୁଖ ଶାନ୍ତିରେ ଭରା ରହିବ। ଛାତ୍ରଙ୍କୁ ଆଜି କମ୍‌ ପରିଶ୍ରମରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ମକର: ଆଗକୁ ବଢ଼ିବାର ଦିନଟିଏ। ଯାହା ବି କାମ କରିବେ ସଫଳତା ଓ ଲାଭ ପାଇବେ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତି ଶୁଭ ଖବର ପାଇବେ। ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା ଲିଙ୍ଗରାଜ।

 

କୁମ୍ଭ: ଇଷ୍ଟଦେବଙ୍କ ପୂଜାର୍ଚ୍ଚନା କରନ୍ତୁ, ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ନୂଆ କାମ କରିବା ପୂର୍ବରୁ ମାତାପିତାଙ୍କ ରାୟ ନିଅନ୍ତୁ, ଭଲ ହେବ। ବିବାହିତ କୌଣସି ମନୋରମ ସ୍ଥାନକୁ ଭ୍ରମଣରେ ଯାଆନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ତାରିଣୀ।

 

ମୀନ: ମନୋବଳ ଉଚ୍ଚା ରହିବ। ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ। ସିନିୟରଙ୍କ ସହଯୋଗରେ ପଦୋନ୍ନତିର ଅବସର ମିଳିବ। କୋର୍ଟ କଚେରି ମାମଲାରେ ବିଜୟୀ ହେବେ। ଶୁଭରଙ୍ଗ: ଧୂସର। ଆରାଧନା:ମାଆ କୀଚକେଶ୍ୱରୀ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More