Only for Entertainment

ଜାଣନ୍ତୁ ଆଜିର ରାଶିଫଳ ।

0 38

ମେଷ: ଦିନଟି ଆପଣଙ୍କ ଲାଗି ଭଲ ଫଳାଫଳ ନେଇ ଆସିବ। ରାଜନୈତିକ ସଂପର୍କରୁ ସ୍ଥଗିତ ଥିବା କାର୍ଯ୍ୟ ଆଗକୁ ବଢ଼ିବ। ପ୍ରିୟ ବନ୍ଧୁଙ୍କ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ସୁରେଶ୍ୱରୀ।

 

ବୃଷ: ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ଅଧିକାରୀବର୍ଗଙ୍କ ସହଯୋଗ ପାଇବେ। ଶତ୍ରୁଙ୍କୁ ଜୟ କରିବେ। ବେକାରଙ୍କୁ ରୋଜଗାର ମିଳିବ। ଛାତ୍ରମାନେ ନିଜ ପରିଯୋଜନାରେ ଅଧିକ ପରିଶ୍ରମ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ। ବୁଦ୍ଧିଜୀବୀଙ୍କ ସହିତ ସଂପର୍କ ସ୍ଥାପନ ହେବ। ବ୍ୟବସାୟରୁ ଅଚାନକ ଫାଇଦା ହେବ। ସରକାରୀ ଚାକିରିଆଙ୍କୁ ଶୁଭ ଖବର ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ କାଳୀଜାଈ।

 

କର୍କଟ: ଆତ୍ମଚିନ୍ତନରେ ସମୟ ବିତିବ। ଅଫିସରେ କୌଣସି କାମ କରିବା ପୂର୍ବରୁ ପ୍ରବନ୍ଧକର୍ତ୍ତାଙ୍କ ରାୟ ନିଅନ୍ତୁ; ଭଲ ହେବ। ନୂଆ ଘର କିଣିବା ଲାଗି ବିଭିନ୍ନ ସ୍କିମ୍‌ ଉପରେ ଅନୁଧ୍ୟାନ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

ସିଂହ: ପାରିବାରିକ ସମସ୍ୟାକୁ ନେଇ ଜୀବନସାଥୀଙ୍କ ସହିତ ଚର୍ଚ୍ଚା କରନ୍ତୁ; ସମାଧାନ ହୋଇପାରେ। ବ୍ୟବସାୟରେ ତ୍ୱରିତ ଫଇସଲା ଲାଭପ୍ରଦ ହେବ। ଛାତ୍ରଙ୍କୁ କ୍ୟାରିୟର ଗଢ଼ିବା ଲାଗି ଅନୁଭବୀଙ୍କ ପରାମର୍ଶ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ସମଲେଶ୍ୱରୀ।

 

କନ୍ୟା: ସକାରାତ୍ମକ ଭବିଷ୍ୟତକୁ ନେଇ ମହତ୍ତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବେ। ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। କର୍ମଜୀବୀ ମହିଳାଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ହରିଶଙ୍କର।

 

ତୁଳା: ଆପଣଙ୍କ ମନ ଆଧ୍ୟତ୍ମିକ ଦିଗରେ ଲାଗି ରହିବ। ଭାଗ୍ୟ ବୃଦ୍ଧି ଲାଗି ସୁଯୋଗ ଆସିବ। ଖେଳାଳିମାନେ ପୁରସ୍କୃତ ହେବେ। ବ୍ୟବସାୟରେ ଫାଇଦା ହେବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଆକାଶୀ ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ଆଜି ଆପଣଙ୍କୁ ଦୁଃଖ ଓ ସୁଖ ଅନୁଭବ ହେବ। ମାତାପିତାଙ୍କ ଆଶୀର୍ବାଦ ନିଅନ୍ତୁ; ଆପଣଙ୍କ ଲକ୍ଷ୍ୟ ହାସଲ କରିବା ସହଜ ହେବ। ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶୁଭରଙ୍ଗ: ଈଷତ୍‌ ଲାଲ। ଆରାଧନା: ଶ୍ରୀକୃଷ୍ଣ।

 

ଧନୁ: ଦିନଟି ଆପଣଙ୍କ ପାଇଁ ଅନୁକୂଳ ରହିବ। ବନ୍ଧୁଙ୍କ ମାଧ୍ୟମରେ କୌଣସି ମହତ୍ତ୍ଵପୂର୍ଣ୍ଣ କାର୍ଯ୍ୟ ପୂରା ହେବ। ପାରିବାରିକ ଜୀବନ ସୁଖକର ହେବ। ଛାତ୍ରୀମାନେ ଲେଖାପଢ଼ାରେ ଯୋଜନା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଗାୟତ୍ରୀ।

 

ମକର: ଦିନଟି ଆପଣ ଲାଗି ଶୁଭପ୍ରଦ। କଳ୍ପନା ଦୁନିଆରେ ରହିବେ। ଲକ୍ଷ୍ୟପ୍ରାପ୍ତି ଦିଗରେ ଅଗ୍ରସର ହେବେ। ଧନଲାଭର ଯୋଗ ରହିଛି। ଅଫିସରେ ଆପଣଙ୍କ ପରାମର୍ଶକୁ କର୍ତ୍ତୃପକ୍ଷ ପ୍ରଶଂସା କରିବେ। ଶୁଭରଙ୍ଗ: ଧଳା। ଆରାଧନା: ମହାଲକ୍ଷ୍ମୀ।

 

କୁମ୍ଭ: ମାନସିକ ରୂପେ ଅଶାନ୍ତି ମୁକ୍ତ ରହିବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ। ଆପଣଙ୍କ ରୁଚି କଳାତ୍ମକ କାର୍ଯ୍ୟରେ ଅଧିକ ରହିବ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିବ। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ।

 

ମୀନ: ମନରେ ନକରାତ୍ମକ ଭାବନା ଆସିବ ଯାହା ଦ୍ଵାରା ମାନସିକ ଅଶାନ୍ତି ବଢ଼ିବ। କୌଣସି କଥାକୁ ନେଇ ମିତ୍ରଙ୍କ ସହିତ ମତଭେଦ ହୋଇପାରେ। ସ୍ୱାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ କୀଚକେଶ୍ୱରୀ। ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More