Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
24

ମେଷ: ଆପଣଙ୍କ ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ରାଜନୀତିରେ ମନୋକାମନା ପୂରା ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

ବୃଷ: ନିଜକୁ ଉତ୍ସାହିତ ଅନୁଭବ କରିବେ। ବନ୍ଧୁଙ୍କ ସହଯୋଗରେ ଆପଣଙ୍କ ଯୋଜନା ପୂରା ହେବ। ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ଭକ୍ତିଭାବ ରହିବ। ପରିଶ୍ରମର ଫଳ ପାଇବେ।

କର୍କଟ: ଜୀବନସାଥୀଙ୍କ ପରାମର୍ଶ ନେଇ କାମ କରନ୍ତୁ, ଲାଭବାନ୍‌ ହେ‌ବ। ଅଫିସରେ ପ୍ରତିକୂଳ ବାତାବରଣ ଯୋଗୁ ଚିନ୍ତିତ ରହିପାରନ୍ତି। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ସି˚ହ: ବ୍ୟବସାୟ ଲାଗି ଭଲ ଅବସର ମିଳିବ। ଦାଂପତ୍ୟ ଜୀବନରେ ପାରସ୍ପରିକ ବୁଝାମଣା ରହିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେ‌େବ।

କନ୍ୟା: ଲକ୍ଷ୍ୟସ୍ଥଳରେ ପହଞ୍ଚିବାର କୌଣସି ଅସୁବିଧା ହେବ ନାହିଁ। ସରକାରୀ କ୍ଷେତ୍ରରେ ଲାଗି ରହିଥିବା ବାଧା ଦୂର ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ।

ତୁଳା: କୌଣସି କାମ ଲାଗି ବଡ଼ମାନଙ୍କ ସହ ଆଲୋଚନା କରିବେ। ଅଫିସ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।

ବିଛା: କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ଅନ୍ୟକୁ ଆବଶ୍ୟକତାଠାରୁ ଅଧିକ ବିଶ୍ବାସ କରନ୍ତୁନାହିଁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେଇପାରେ।

ଧନୁ: କାର୍ଯ୍ୟରେ ବାଧାବିଘ୍ନ ରହିବ ନାହିଁ। କର୍ମଜୀବୀ ମହିଳାଙ୍କ ପାଇଁ ଦିନଟି ଭଲ। ଦାଂପତ୍ୟ ଜୀବନରେ ପ୍ରେମ ଓ ସୁହାଗ ମିଳିବ।

ମକର: ରଚନାତ୍ମକ କାମରେ ମନ ଲାଗି ରହିବ। ଶୁଭ ଖବର ପାଇବେ। ଚାକିରିଜୀବୀଙ୍କ ଲାଗି ଦିନଟି ଅନୁକୂଳ। ଧନପ୍ରାପ୍ତି ହୋଇପାରେ।

କୁମ୍ଭ: ଜପ ଓ ଧ୍ୟାନରେ ମଜିରହିବେ। ଆତ୍ମବଳ ବଢ଼ିବ। ସାମାଜିକ କାର୍ଯ୍ୟରେ ସଫଳତା ମିଳିପାରେ। ଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବ।

ମୀନ: ପରିବାରରେ ହସଖୁସିପୂର୍ଣ୍ଣ ବାତାବରଣ। ସମାଜିକ କାର୍ଯ୍ୟରେ ଅଧିକ ସମୟ ବିତିବ। ଆପଣଙ୍କ କଥାରେ ଅନ୍ୟମାନେ ପ୍ରଭାବିତ ହେବେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More