Only for Entertainment

ଜାଣନ୍ତୁ ଆଜିର ରାଶିଫଳ

womens health
27

ମେଷ: ଆଧୢାତ୍ମିକ ଦିଗରେ ଆପଣଙ୍କ ମନ ଲାଗିରହିବ। ବ୍ୟାବସାୟିକ ଯାତ୍ରା ଫଳପ୍ରଦ ହେବ। ଜୀବନସାଥୀଙ୍କ ସହ ବାହାରକୁ ବୁଲିଯିବାର ଯୋଜନା କରିପାରନ୍ତି।

ବୃଷ: କାମରେ ଭାଇ ଓ ଭଉଣୀଙ୍କ ସହଯୋଗ ପାଇବେ। ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ। ସ୍ବସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।

ମିଥୁନ: ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ବନ୍ଧୁଙ୍କ ଦ୍ବାରା ଲାଭପାଇବେ। ବୈବାହିକ ଜୀବନରେ ମନର ଆବେଗ ପୂରଣ ହେବ।

କର୍କଟ: ସତ୍ୟ ପଥରେ ଆଗକୁ ବଢ଼ିବେ। ଗୁରୁଜନଙ୍କ ପ୍ରତି ମନରେ ଭକ୍ତିଭାବ ରହିବ। ପୁସ୍ତକ ବ୍ୟବସାୟୀଙ୍କ ଲାଗି ଦିନଟି ଭଲ।

ସି˚ହ: ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। ବ୍ୟବସାୟରେ ସଫଳତା ମିଳିବ। ଘରେ ସୁଖଦ ବାତାବରଣ ବଜାୟ ରହିବ।

କନ୍ୟା: ଉତ୍ସାହିତ ରହିବେ। ବେପାରରେ ବଡ଼ କ˚ପାନି ସହିତ ସଉଦାର ସୁଯୋଗ ମିଳିବ। ସାହିତ୍ୟିକଙ୍କୁ ଖୁସି ଖବର ମିଳିବ।

ତୁଳା: ସକରାତ୍ମକ ଭାବନାରେ ଦିନ କଟିବ। କ୍ୟାରିଅର ଗଢ଼ିବା ପାଇଁ ଭଲ ଅବସର ମିଳିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ବିଛା: ଜୀବନସାଥୀଙ୍କ ସମର୍ଥନ ଓ ପ୍ରେମ ପାଇବେ। ଉତ୍ସାହର ସହିତ ସବୁ କାମ କରିବେ। କୌଣସି ବଡ଼ କ˚ପାନିରେ ଚାକିରିର ସୁଯୋଗ ଆସିବ।

ଧନୁ: ଦିନଟି ଅନୁକୂଳ। ସ୍ଥିତି ଆପଣଙ୍କ ପକ୍ଷରେ ହେବ। ସମାଜରେ ମାନ ସମ୍ମାନ ପାଇବେ। ଅଫିସରେ ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହୋଇପାରେ।

ମକର: ରାଜନୀତିରେ ଅଧିକ ସମୟ ଚିନ୍ତିତ ରହିବେ। ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବାହନ ସାବଧାନତାର ସହ ଚଳାନ୍ତୁ।

କୁମ୍ଭ: ଭାବିଥିବା ସବୁ କାମ ସହଜରେ ହୋଇଯିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ ନୂଆ ଦାୟିତ୍ବ ଅର୍ପଣ କରିବେ।

ମୀନ: କୌଣସି ସ୍ବତନ୍ତ୍ର ବ୍ୟକ୍ତିଙ୍କଠାରୁ ପ୍ରେରଣା ମିଳିପାରେ। ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ। ଛାତ୍ରଛାତ୍ରୀଙ୍କୁ ପରୀକ୍ଷାରେ ସଫଳତା ମିଳିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More