Only for Entertainment

ମନଜିଣିଲା ହରର୍ – ଥ୍ରୀଲର୍ ଫିଲ୍ମ ଅମାବସର ରୋମାଂଟିକ୍ ଗୀତ ‘ଭିଗେ ଭିଗେ’ ।

39

ହରର୍ – ଥ୍ରୀଲର୍ ଫିଲ୍ମ ଅମାବସର ରୋମାଂଟିକ୍ ଗୀତ ‘ଭିଗେ ଭିଗେ’ରେ ଫିଲ୍ମର ନାୟକ ସଚିନ୍ ଯୋଶିଙ୍କୁ ନାୟିକା ନରଗିଶ ଫକରିଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଛି । ଆକର୍ଷଣୀୟ ଲୋକେସନ୍ ସାଙ୍ଗକୁ ନାୟକ – ନାୟିକାଙ୍କ ରୋମାନ୍ସ ଏହି ଗୀତକୁ କରିଛି ଆହୁରି ମନଲୋଭା । ଏହି ମନଛୁଆଁ ଗୀତରେ କଣ୍ଠଦାନ କରିଛନ୍ତି ଅଙ୍କିତ ତିୱାରୀ । ଅନେକ ଦିନ ପରେ ଅଙ୍କିତ ତିୱାରିଙ୍କ ଦମଦାର୍ ଗାୟିକି ଶୁଣିବାକୁ ମିଳିଛି । ତେବେ ଏହି ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ନିଜେ ଅଙ୍କିତ ତିୱାରି ।

ଗୀତିକାର ଅନୁରାଗ ଭୋମିଆ ଏହି ରୋମାଂଟିକ୍ ଗୀତକୁ ରଚନା କରିଛନ୍ତି । ଏହି ସିନେମାଟି ଏକ ହରର୍ – ଥ୍ରୀଲର୍ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି । ଏହି ସିନେମା ଜରିଆରେ ଅନେକ ଦିନ ପରେ ପରଦାରେ ଅଭିନେତ୍ରୀ ନରଗି ଫକରିଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମରେ ପ୍ରଥମ ଥର ପାଇଁ ଅଭିନେତା ସଚିନ୍ ଯୋଶୀଙ୍କ ସହ ରୋମାନ୍ସ କରିଛନ୍ତି ନରଗିସ୍ । ସଚିନ୍ ଯୋଶିଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଭୂଷଣ ପଟେଲ୍ । ଖୁବଶୀଘ୍ର ପରଦାକୁ ଆସିବ ଚଳଚ୍ଚିତ୍ର ଅମାବସ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More