Only for Entertainment

ରିଲିଜ ହେଲା ଇଣ୍ଡିଆନ୍ – ଆମେରିକାନ୍ ଫିଲ୍ମ ‘ହୋଟେଲ୍ ମୁମ୍ବାଇ’ର ପ୍ରଥମ ଟ୍ରେଲର୍

ComingSoon
43

ଇଣ୍ଡିଆନ୍ – ଆମେରିକାନ୍ ଫିଲ୍ମ ‘ହୋଟେଲ୍ ମୁମ୍ବାଇ’ର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି । ସିନେମାଟି ୨୦୦୮, ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତକଙ୍କବାଦୀ ଆକ୍ରମଣ ଉପରେ ଗତିଶୀଳ ହୋଇଛି । କିପରି ତାଜ୍ ହୋଟେଲରେ ଆତଙ୍କବାଦୀ ମାନେ ନିରିହ ଲୋକଙ୍କ ହତ୍ୟା କରିଥିଲେ, ତାହା ଦେଖିବାକୁ ମିଳିବ ଏହି ସିନେମାରେ । ତେବେ ସେଠାରୁ ବଂଚିକି ବାହାରିିବା ଲୋକଙ୍କୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ହଲିଉଡ୍ ଷ୍ଟାର୍ ତଥା ସ୍ଲମ୍ଡଗ୍ ମିଲୋନାର୍ ଫେମ୍ ଦେବ୍ ପଟେଲ୍ । ଯିଏ କି ହୋଟେଲ୍ ତାଜର ଜଣେ ସର୍ଭିସ୍ ବୟ ଭୂମିକାରେ ନଜର ଆସିବେ । ତାଙ୍କ ବ୍ୟତୀତ ଅନୁପମ୍ ଖେର୍, ଆର୍ମି ହାମର୍, ନାଜାନିନ୍ ବୋନୈଦ୍ ଆଦି କଳାକାରଙ୍କ ଦମଦାର୍ ଅଭିନୟ ସ୍ଥାନ ପାଇଛି ଏହି ସିନେମାର । ଆସନ୍ତା ମାର୍ଚ୍ଚ ମାସରେ ପରଦାକୁ ଆସିବ ଏହି ଫିଲ୍ମ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More