Only for Entertainment

ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ହୋଟେଲ ମୁମ୍ବାଇ’ର ନୂଆ ଟ୍ରେଲର !

27

ରିଲିଜ ହୋଇଛି ଅପକମିଂ ଫିଲ୍ମ ‘ହୋଟେଲ ମୁମ୍ବାଇ’ର ନୂଆ ହିନ୍ଦୀ ଟ୍ରେଲର । ଟ୍ରେଲର ଦେଖିଲେ ଆପଣଙ୍କୁ ମନେ ପଡିପାରେ ୧୧ବର୍ଷ ପୁରୁଣା ଆତଙ୍କି ହମଲା । ପୂର୍ବରୁ ୨୬/୧୧ ମୁମ୍ବାଇ ହମଲାକୁ ନେଇ ଅନେକ ଫିଲ୍ମ ନିର୍ମାଣ କରାଯାଇଛି କିନ୍ତୁ ହୋଟେଲ ମୁମ୍ବାଇରେ ରହିଛି ଖାସ ବିଶେଷତ୍ୱ । କାରଣ ହୋଟେଲ ତାଜରେ ହମଲା କରି ଆତଙ୍କୀ ଯେଉଁ ରକ୍ତର ଖେଳ ଖେଳିଥିଲେ । ସେହି ସମୟରେ ହୋଟେଲ କର୍ମଚାରୀ କିଭଳି ଲୋକଙ୍କ ପ୍ରାଣରକ୍ଷା କରିଥିଲେ । ଏହାକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘ହୋଟେଲ ମୁମ୍ବାଇ’ ।

ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ଲଢେଇ ଭିତରେ ତାଜର କିଛି କର୍ମଚାରୀଙ୍କ ସାହସିକତା ପାଇଁ ବଚିଂଥିଲା ଅନେକଙ୍କ ଜୀବନ । ଏମାନଙ୍କ କାହାଣୀକୁ ଏବେ ଦର୍ଶକ ଦେଖିପାରିବେ ଫିଲ୍ମ ହୋଟେଲ ମୁମ୍ବାଇରେ । ୭୨ଘଂଟାର ଆତଙ୍କୀ ଲଢେଇରେ କିଭଳି ହୋଟେଲ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ଯୋଗୁଁ ୧୬ଶହ ଜଣଙ୍କ ପ୍ରାଣରକ୍ଷା ପାଇଥିଲା ଏହାକୁ ନେଇ ଗତଶୀଳ ହେବ ଫିଲ୍ମ ହୋଟେଲ ମୁମ୍ବାଇ । ଗତ ୯ମାସ ପୂର୍ବରୁ ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ହୋଇଥିବାବେଳେ ଏବେ ଆସିଛି ୨ୟ ଟ୍ରେଲର ।

ବିଦେଶୀ ଫିଲ୍ମ ମେକର ଆନ୍ଥୋନି ମାରାସଙ୍କ ନିର୍ଦ୍ଦେଶନାରେ ପ୍ରସ୍ତତ ଅଷ୍ଟ୍ରେଲିଆ-ଆମେରିକା ଥ୍ରୀଲର ଫିଲ୍ମର ଏହା ହେଉଛି ହିନ୍ଦୀ ଡବ୍ଡ ଫିଲ୍ମ । ୨୦୦୯ରେ ଡକ୍ୟୁମେଂଟାରୀ ଫିଲ୍ମ ‘ସରଭାଇବିଂ ମୁମ୍ବାଇ’କୁ ପରଦାରେ ତୋଳିଥିଲେ ଆନ୍ଥୋନି । ମୁଖ୍ୟ ଭୁମିକାରେ ଅନୁପମ ଖେର,ଦେବ ପଟେଲଙ୍କ ଅଭିନୟ ରହିଛି । ନଭେମ୍ବର ୨୯ରେ ଭାରତୀୟ ବଜାରରେ ରିଲିଜ ହେବ ହୋଟେଲ ମୁମ୍ବାଇ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More