Only for Entertainment

ଅଜୟ ଦେବଗନ ଏବଂ କରିସ୍ମାଙ୍କ ଲଭ ଷ୍ଟୋରୀରେ ଏଭଳି ଏଂଟ୍ରି କରିଥିଲେ କାଜୋଲ ।

patrika
0 32

କାଜୋଲ ବଲିଉଡର ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଯିଏ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିପାରନ୍ତି ଏବଂ ଏକ ଭିନ୍ନ ପରିଚୟ ସୃଷ୍ଟ କରି ପାରିଛନ୍ତି । ୫ ଅଗଷ୍ଟ ୧୯୭୪ରେ ଜନ୍ମ ହୋଇଥିବା କାଜୋଲ ଏକ ଫିଲ୍ମ ପରିବାରରୁ ଆସିଛନ୍ତି । ତାଙ୍କ ବାପା ସୋମୁ ମୁଖାର୍ଜୀ ଜଣେ ନିର୍ଦ୍ଦେଶକ ଏବଂ ଲେଖକ ଥିଲେ ଏବଂ ତାଙ୍କ ମା ତନୁଜା ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ ।

କ୍ୟାରିଅରର ଶୀଖରରେ ଥିବା ସମୟରେ କାଜୋଲଙ୍କୁ ଅଜୟ ଦେବଗନଙ୍କ ସହିତ ପ୍ରେମ ହୋଇ ଯାଇଥିଲା ଏବଂ ଏହାପରେ ସେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । କାଜୋଲଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ କମ ନୁହେଁ । ବାସ୍ତବରେ କାଜୋଲଙ୍କ ପୂର୍ବରୁ ଅଜୟଙ୍କର କରିସ୍ମାଙ୍କ ସହିତ ଅଫେୟର ଥିଲା । କରିସ୍ମା ସେହି ସମୟର ଜଣେ ଟପ ହିରୋଇନ ଥିଲେ । ଦୁଇ ଜଣ ଏକା ସାଙ୍ଗରେ ଫିଲ୍ମ ଜିଗରରେ କାମ କରିଥିଲେ । ଅଜୟ ଦେବଗନ କରିସ୍ମାଙ୍କ ପାଇଁ ଗର୍ଲଫ୍ରେଣ୍ଡ ରବିନା ଟଣ୍ଡନକୁ ଛାଡ଼ି ଦେଇଥିଲେ । ଏକା ସାଙ୍ଗରେ ଅଜୟ ଏବଂ କରିସ୍ମା ଏକାଧିକ ଫିଲ୍ମରେ କାମ କରିଥିଲେ । ଏହି ମଧ୍ୟରେ ଅଜୟଙ୍କର କାଜୋଲଙ୍କ ସହିତ ଫିଲ୍ମ ହଲଚଲରେ ସାକ୍ଷାତ ହୋଇଥିଲା । ଦୁଇଜଣଙ୍କ କେମେଷ୍ଟ୍ରି ଏହି ଫିଲ୍ମରେ ଭଲ ଭାବରେ ନଜର ଆସିଥିଲା । ପ୍ରଥମ ସାକ୍ଷାତରେ ଦୁଇଜଣଙ୍କୁ ପ୍ରେମ ହୋଇନଥିଲା ।

ଏକ ଇଂଟରଭ୍ୟୁରେ ଅଜୟ କହିଥିଲେଯେ ପ୍ରଥମ ଥର ଯେତେବେଳେ ସେ କାଜୋଲଙ୍କ ସହିତ ଦେଖା ହୋଇଥିଲେ ସେ ଆଦୌ ପସନ୍ଦ କରୁନଥିଲେ କାଜୋଲଙ୍କୁ । କାରଣ ସେ ଖୁବ ଶବ୍ଦ କରନ୍ତି,ଏହା ସହିତ ଗର୍ବୀ ମଧ୍ୟ ଥିଲେ । କାରଣ ଅଜୟ ହେଉଚନ୍ତି ଖୁବ ଶାନ୍ତ ସ୍ୱଭାବର ଏବଂ ସେ ଖୁବ କମ କଥାବାର୍ତ୍ତା କରନ୍ତି । ଅଧିକାଂଶ ସମୟରେ ସେ ଏକା ବସିବାକୁ ଭଲପାଆନ୍ତି । କିନ୍ତୁ ଫିଲ୍ମ ଦ୍ୱାରା ଦୁଇଜଣଙ୍କର ଭଲ ବନ୍ଧୁତା ହୋଇ ଯାଇଥିଲା । ସେହି ସମୟରେ ଯେତେବେଳେ ଅଜୟ ଦେବଗନ କରିସ୍ମାଙ୍କ ସହିତ ଥିଳେ କାଜୋଲ ମଧ୍ୟ ତାଙ୍କ ବନ୍ଧୁ କର୍ତ୍ତିକ ମେହତାଙ୍କୁ ଡେଟ କରୁଥିଲେ । ଦୁଇଜଣଙ୍କ ସଂପର୍କ ଭଲ ନ ଚାଲିବାରୁ ସେ ଅଜୟଙ୍କ ନିକଟତର ହୋଇଥିଲେ । ଏହି କାରଣରୁ କାଜୋଲ ଏବଂ କରିସ୍ମାଙ୍କ ଲଭ ଷ୍ଟୋରୀରେ ପୂର୍ଣ୍ଣଛେଦ ପଡ଼ି ଯାଇଥିଲା । ୧୯୯୯ରେ ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଆଜି ଅଜୟ ଏବଂ କାଜୋଲଙ୍କ ଯୋଡ଼ି ବଲିଉଡର ଆଇଡଲ କପଲଙ୍କ ନାମରେ ଯୋଡ଼ିି ହୋଇଯାଇଛି । ସେମାନଙ୍କର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ଅଛି । କାଜୋଲ ଶେଷ ଥର ପାଇଁ ଫିଲ୍ମ ଦିଲୱାଲେରେ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More