Only for Entertainment

ରଣବୀରଙ୍କୁ ଏତେ ଭଲପାଆନ୍ତି ପ୍ରଶଂସକ, ଜନ୍ମଦିନରେ କେକ୍ ନ କାଟି କରିଦେଲେ ଏଭଳି କାମ

52

ବଲିଉଡର ବାଜିରାଓ ରଣବୀର ସିଂ ମସ୍ତାନୀ ଦୀପିକାଙ୍କୁ ବିବାହ କରିବା ପରେ ଲାଇମଲାଇଟରେ ଅଧିକ ରହୁଛନ୍ତି । ଏଭଳି ତ ରଣବୀରଙ୍କୁ ସମସ୍ତେ ଖୁବ ଭଲ ପାଆନ୍ତି । କିନ୍ତୁ ନିକଟରେ ତାଙ୍କ ଜନ୍ମଦିନରେ ଏକ ଫ୍ୟାନ କ୍ଲବ ଯାହା କରିଛି ତାହା ଜାଣିବା ପରେ ଆପଣ ବୁଝିପାରିବେଯେ ଦର୍ଶକଙ୍କ ହୃଦୟରେ ରଣବୀରଙ୍କ ପାଇଁ କିଭଳି ସ୍ଥାନ ରହିଛି । ଆଜ୍ଞା ହଁ ବାଜିରାଓଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକ ଏକ ଅଧାଗଢା ଗାଁ’କୁ ପୂରା କରି ଦେଇଛନ୍ତି କହିଲେ ଭୁଲ ହେବ ନାହିଁ ।

 

ସୂଚନା ମୁତାବକ, ରଣବୀରଙ୍କ ଜନ୍ମଦିନକୁ ପାଳନ କରିବା ପାଇଁ ରଣବୀର କା ଫ୍ୟାନ୍‌ କ୍ଲବ୍‌ ନାମକ ଏକ ଗ୍ରୁପ୍‌ ଭିନ୍ନ ବାଟ ଆପଣାଇଥିଲେ । ରଣବୀରଙ୍କ ଘର ଆଗରେ କେକ୍‌ କାଟି ସେଲଫି ନେବା ପରିବର୍ତ୍ତେ ସେମାନେ ଗରିବଙ୍କୁ ସାହାଯ୍ୟ କରିବା ବିଷୟରେ ଚିନ୍ତା କରିଥିଲେ । ଅକୋଲି ଗାଁରେ ବିଜୁଳି ସଂଯୋଗ ନଥିବା ଜାଣି ଗାଁରେ ୧୦ଟି ସୋଲାର ଷ୍ଟ୍ରିଟ୍‌ ଲ୍ୟାମ୍ପ ଲଗାଇଥିଲା ଏହି ଗ୍ରୁପ୍‌ । ଯାହାଦ୍ୱାରା ରାତି ସମୟରେ ଗାଁର ପିଲାମାନେ ଏବେ ସହଜରେ ପାଠ ପଢ଼ି ପାରୁଥିବା ଜଣା ପଡ଼ିଛି ।

 

ଏ ନେଇ ଗ୍ରୁପ୍‌କୁ ପ୍ରତିକ୍ରିୟା ମଗା ଯାଇଥିବା ବେଳେ, ରଣବୀର ସାର୍‌ ଆମକୁ ଖୁସିରେ ରହିବା ସହ ସମସ୍ତଙ୍କୁ ଖୁସି ଦେବା ଶିଖାଇଛନ୍ତି । ଏବେ ଖୁସି ଦେବାର ଦାୟିତ୍ୱ ଆମର । ଏଭଳି କାମ କରିବା ପାଇଁ ରଣବୀର ସାର୍‌ ଆମକୁ ଅନୁପ୍ରାଣିତ କରିଛନ୍ତି । ସେ ଏ ବିଷୟରେ ଜାଣି ନଥାଇ ପାରନ୍ତି । କିନ୍ତୁ ଯଦି ସେ ଜାଣନ୍ତି, ତେବେ ତାଙ୍କର ପ୍ରତିକ୍ରିୟା କ’ଣ ଆମେ ତାହା ନିଶ୍ଚୟ ଜାଣିବାକୁ ଚାହିଁବୁ ବୋଲି ଗ୍ରୁପର ସଦସ୍ୟ କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More