Only for Entertainment

ପ୍ରେମରେ ପଡିଲେ ବୋଲି ଜାଣିବେ କିପରି….?

The fenomen of travaller
0 394

ପ୍ରେମ କରିବା କିଛି ଭୁଲ ନୁହେଁ । ପ୍ରେମ ମଣିଷକୁ କେତେବେଳେ ଭାବୁକ ତ କେବେ କବିଟିଏ କରିଦିଏ, ପୁଣି କେତେବେଳେ ପାଗଳ କରିଦିଏ । ତେବେ ପ୍ରେମରେ ପଡିଲେ ଝିଅମାନେ କୁଆଡେ ବେଶୀ ବଦଳି ଯାଆନ୍ତି । ଅହା ଅନୁଧ୍ୟାନରୁ ହିଁ ଜଣାପଡିଛି ।

  •  ନିଦ ହୁଏନି
     ଯେତେବେଳେ କୌଣସି ଯୁବତୀ ପ୍ରେମରେ ପଡିଯାଆନ୍ତି ସେମାନେ ତାଙ୍କ ପ୍ରେମିକଙ୍କ ବିଷୟରେ ସବୁବେଳେ ଚିନ୍ତା କରନ୍ତି ।   ଏମିତି କି ରାତିରେ ଘଂଟା ଘଂଟା ଧରି ଚିନ୍ତାରେ କଟିଯାଏ ।
  •  ସୌନ୍ଦର୍ଯ୍ୟ ଉପରେ ଧ୍ୟାନ ଦିଅନ୍ତି
     ଭଲ ପାଇବା ପରେ ଝିଅମାନେ ନିଜର ସୌନ୍ଦର୍ଯ୍ୟ ଉପରେ ପ୍ରଥମେ ଦୃଷ୍ଟି ଦେଇଥାନ୍ତି । ପ୍ରେମିକ ତାଙ୍କୁ ଦେଖିବା ମାତ୍ରେ   ରୂପରେ ଯେପରି ମୁଗ୍ଧ ହୋଇପଡିବେ ସେଥିପାଇଁ ସେମାନେ ଏହା କରିଥାନ୍ତି । ତେଣୁ ସବୁବେଳେ ନୂଆ ନୂଆ ପୋଷାକ ପିନ୍ଧିବା ସହ ନିଜକୁ ଖାସ ଲୁକ ଦେଇ ସଜାଇବାକୁ ଚେଷ୍ଟା କରିଥାନ୍ତି ।
  •  ମୋବାଇଲରେ
    ପ୍ରତି ସମୟରେ ନିଜ ଫୋନ ସହିତ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଥାନ୍ତି । ଯେମିତି ଫୋନ ହିଁ ତାଙ୍କ ଦୁନିଆ ହୋଇଯାଇଥାଏ । ଏମିତି ମୋବାଇଲକୁ ଲକ ମଧ୍ୟ କରିଦିଅନ୍ତି । ଆଉ ପାସୱାର୍ଡ ନିଜ ପ୍ରେମିକଙ୍କ ନାମରେ ରଖିଥାନ୍ତି ।
  •  ବାନ୍ଧବୀଙ୍କଠାରୁ ଦୂରେଇ ରୁହନ୍ତି
     ଝିଅମାନେ ପ୍ରେମରେ ପଡିଲେ ଦୁନିଆକୁ କେବଳ ନିଜ ପ୍ରେମିକଠାରେ ହିଁ ସୀମିତ ରଖିଥାନ୍ତି । ତେଣୁ ଅନ୍ୟ ବାନ୍ଧବୀଙ୍କ କଥା   ସପୂର୍ଣ୍ଣ ଭୁଲି ଯାଆନ୍ତି ।
  •  ଅନ୍ୟମନସ୍କତା
     ପ୍ରେମରେ ପଡିଲେ ସବୁବେଳେ ପ୍ରେମିକ ସହିତ ବିତାଇଥିବା ସୁଖଦ ଅନୁଭୂତିକୁ ମନେ ପକାଇ ଅନ୍ୟମନସ୍କ ରହିଥାନ୍ତି ।   ଏମିତିକି ଦିନରେ ମଧ୍ୟ ସ୍ୱପ୍ନ ଦେଖିବା ଆରମ୍ଭ କରିଦିଅନ୍ତି ।
  •  ରୋମାଣ୍ଟିକ ଗୀତ ଶୁଣନ୍ତି
     ଥରେ ପ୍ରେମ ଜାଲରେ ପଡିଗଲେ ଝିଅମାନେ ରୋମାଣ୍ଟିକ ଗୀତ ଶୁଣିବାକୁ ଆରମ୍ଭ କରିଦିଅନ୍ତି । ଗୀତ ଶୁଣିବା ଫଳରେ  ପ୍ରେମିକଙ୍କ ବିଷୟରେ ବାରମ୍ବାର ମନେ ପଡିଥାଏ । ସେମାନେ ଭାବନ୍ତି ଏହି ଗୀତ ହିଁ କେବଳ ତାଙ୍କ ପାଇଁ ।
  •  ନିଜକୁ ନିଜେ ଖୁସି ରହିବା
     ନିଜକୁ ନିଜେ ଖୁସି ରହିବାକୁ ଆରମ୍ଭ କରିଦିଅନ୍ତି । ନିଜ ଘର ପରିବାର ବ୍ୟତୀତ ବେଶୀ ସମୟ ଲଭରଙ୍କ ସହିତ କିମ୍ବା   ଫୋନରେ ତାଙ୍କ ସହ କଥା ହୋଇଥାନ୍ତି । ଖାଲି ସମୟରେ ଏକଲା ରହିବା ସହିତ ଏକୁଟିଆ ଗୁଣୁଗୁଣୁ ଗୀତ ଗାଇଥାନ୍ତି ।   ବଗିଚା ଓ ଛାତ ଉପରେ ଏକା ଏକା ବୁଲିବାକୁ ପସନ୍ଦ କରନ୍ତି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More