Only for Entertainment

ହ୍ୱାଟ୍ସଆପରେ ଦିଆଯାଇଥିବା ଫୋଟରୁ ହୋଇପାରେ ଆପଣଙ୍କ ଜାସୁସି ! ଜାଣନ୍ତୁ କିପରି ?

Hindustan Times
0 60

ଯଦି ଆପଣ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି ଏବଂ ହ୍ୱାଟ୍ସଆପ ଚଲାଉଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ହ୍ୱାଟ୍ସଆପ ଜରିଆରେ ଆପଣଙ୍କୁ ଫୋଟ ପଠାଇ ସାଇବର ଅପରାଧୀମାନେ ଆପଣଙ୍କ ଲୋକେସନ ସମେତ ଆପଣଙ୍କ ସମସ୍ତ ଡାଟା କଲେକ୍ଟ କରି ଏକାଠି କରିପାରିବେ ଏବଂ ଆକାଉଣ୍ଟ ହ୍ୟାକ କରିପାରିବେ ।
ଜାଣନ୍ତୁ କେମିତି ?

ଦିନକୁ ଦିନ ଯେତେ ମାତ୍ରାରେ ସ୍ମାର୍ଟଫୋନ ଓ ସୋସିଆଲ ମିଡିଆର ବ୍ୟବହାର ବଢୁଛି ସେତେମାତ୍ରାରେ ଅଧିକରୁ ଅଧିକ ସାଇବର କ୍ରାଇମ ମଧ୍ୟ ବଢିବାରେ ଲାଗିଛି । ଆଜିକାଲି ଯେକୌଣସି ଲୋକର ସନ୍ଧାନ କରିବା ବହୁତ ସହଜ । ତେଣୁ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବ୍ୟବହାର କରୁଥିବା ସମୟରେ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ ।

ଆପଣଙ୍କୁ କହି ରଖୁଛୁ ଯେ ସାଇବର ଅପରାଧୀମାନେ ଅନୁସନ୍ଧାନର ଏପରି ଏକ ଉପାୟ ଜାଣିଛନ୍ତି ଯାହା ଦ୍ୱାରା ଆପଣଙ୍କ ଫୋନକୁ ହ୍ୱାଟ୍ସଆପରେ ମେସେଜ ରୁପରେ ଫଟୋ ପଠାଇ ଆପଣଙ୍କ ବିଷୟରେ ସମସ୍ତ ଡାଟା ଜାଣି ପାରିବେ । କେବଳ ସାମାନ୍ୟ ଗୋଟେ ଫଟୋ ଆପଣଙ୍କୁ ଅସୁବିଧାରେ ପକାଇପାରେ ।

ସାଇବର ଅପରାଧୀ ଆପଣଙ୍କ ହ୍ୱାଟ୍ସଆପକୁ ଯେକୌଣସି ଅଜଣା ନମ୍ବରୁ ମେସେଜ କରିବେ । ମେସେଜରେ ଏକ ଛୋଟ ଲିଙ୍କ ଦିଆଯାଇଥିବ ଯାହା ଦେଖିବାକୁ ଏକଦମ ଗୁଗୁଲର ଲିଙ୍କ ପରି ଏବଂ ଏହି ମେସେଜରେ ନାମୀ କଳାକାର ମାନଙ୍କ ଫୋଟ ଦିଆଯାଇଥିବ ଯାହାକୁ ଦେଖି ସାଧାରଣ ଲୋକେ ସେହି ଲିଙ୍କକୁ ଖୋଲିବେ । ଯଦି ଆପଣ ଏହି ଲିଙ୍କକୁ ଖୋଲୁଛନ୍ତି ତେବେ ଆପଣଙ୍କ ଲୋକେସନ ବି ସାଇବର ଅପରାଧୀ ଜାଣିପାରିବ । ତେଣୁ ଆପଣ ସତର୍କତା ଅବଲମ୍ବନ କରନ୍ତୁ ଓ ଉକ୍ତ ଲିଙ୍କକୁ ନ ଖୋଲି ଏହାକୁ ସଂଗେ ସଂଗେ ଡିଲିଟ କରନ୍ତୁ ।

ପ୍ରଥମେ ଅପରାଧୀ ମଲ୍ଟିମିଡିଆକୁ ନେଇ ଆଇ.ପି ଲଗର କ୍ଲାଏଣ୍ଟଙ୍କ ଦ୍ୱାରା ଗୋଟିଏ ଲିଙ୍କ ପ୍ରସ୍ତୁତ କରିଥାଏ । ଏହିପରି ଭାବେ ଅଧିକରୁ ଅଧିକ ଆଇ.ପି ଲଗର ୱେବସାଇଟ ଗୁଗୁଲରେ ମଧ୍ୟ ରହିଥାଏ । ତେଣୁ ପ୍ରତ୍ୟେକ ଲିଙ୍କକୁ ଭାବି ଚିନ୍ତି ଓପନ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More