Only for Entertainment

ଧନବୃଦ୍ଧି ପାଇଁ ଏହି ସ୍ଥାନରେ ଲଗାନ୍ତୁ ପାଣିର ଚିତ୍ର

Michael West
159

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ ପାଣି ବା ପାଣିର ଚିତ୍ରକୁ ସଠିକ୍‌ ସ୍ଥାନରେ ରଖିଲେ, ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ।ପାଣିର ଶୋ’ପିସ୍‌ କିମ୍ବା ଫଟୋ ବାଲକୋନୀରେ ରଖନ୍ତୁ। ଏହାଦ୍ୱାରା ଘର ଉପରେ ଖରାପ ନଜର ପଡ଼ିବ ନାହିଁ କି ଘରକୁ କୌଣସି ପ୍ରକାର ନକାରାତ୍ମକ ଶକ୍ତି ପ୍ରବେଶ କରିପାରିବେ ନହିଁ। ଏହା ଦ୍ୱାରା ଘରେ ଲାଗି ରହୁଥିବା ଆର୍ଥିକ ଅନଟନ ମଧ୍ୟ ଦୂର ହୋଇଯିବ।

 

ରୋଷେଇ ଘରେ ପାଣି ସମ୍ବନ୍ଧୀୟ ଜିନିଷ ରଖନ୍ତୁ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ,ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରନ୍ତି। ଘରର ସଦସ୍ୟଙ୍କ ଆୟ ଉପରେ ମଧ୍ୟ ଏହା କୁପ୍ରଭାବ ପକାଇଥାଏ ଓ  ଘରେ କଳି ଝଗଡ଼ା ଲାଗି ରହିଥାଏ।

 

ଯଦି ଆପଣଙ୍କ ଘରେ ବଗିଚା ଅଛି ଓ ସେଠି କୃତ୍ରିମ ଝରଣା ତିଆରି କରାଯାଇଛି ଅବା ଆପଣ କରିବାକୁ ଚାହୁଁଛନ୍ତି, ତେବେ ଧ୍ୟାନ ରଖନ୍ତୁ, ଏହାକୁ ଘରର ଉତ୍ତର ଦିଗରେ କରାନ୍ତୁ। ଏପରି କଲେ ଘରର ସୁଖ, ଶାନ୍ତି ବଜାୟ ରହିବ। ଏହା ସହ ଝରଣାର ମୁହଁ ପୂର୍ବ ଓ ଦକ୍ଷିଣ-ପୂର୍ବକୁ କରନ୍ତୁ। ଘରର ଉତ୍ତର, ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗରେ ଝରଣା ବା ପାଣିର ସ୍ରୋତ ସ୍ଥାପନ କରିବା ଦ୍ୱାରା ଆର୍ଥିକ ଅଭିବୃଦ୍ଧି ଘଟିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More