Only for Entertainment

ଏହିଭଳି ଦୂର କରନ୍ତୁ ପିଠି ଏବଂ ବେକର କଳାଦାଗ ।

dailyhunt
0 33

ଅଧିକାଂଶ ଲୋକ ନିଜ ଚେହେରା ଏବଂ ହାତ ଗୋଡ଼ର ରଙ୍ଗ ପତି ଧ୍ୟାନ ଦିଅନ୍ତି । କିନ୍ତୁ ସେମାନେ ବେକ ଏବଂ ପିଠି କଥା ଭୁଲିଯାଆନ୍ତି । ତେବେ ଏହାକୁ ମଧ୍ୟ ଗୁରୁତ୍ୱ ଦେବା ଉଚିତ । ନଚେତ ଏହା ସୌନ୍ଦର୍ଯ୍ୟକୁ ନଷ୍ଟ କରିଥାଏ । ସେଥିପାଇଁ କେହି କେହି ଏହାକୁ ଲୁଚାଇ ଥାଆନ୍ତି । କିଛି ଲୋକ କେମିକଲ ପ୍ରଡକ୍ଟ ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣି ରଖନ୍ତୁଯେ ଏଥିପାଇଁ କିଛି ଘରୋଇ ଉପଚାର ରହିଛି । ଯାହା ଦ୍ୱାରା ଆପଣଙ୍କର ଏହି ସମସ୍ୟା ଦୂର ହୋଇଯିବ ।

 

କାକୁଡ଼ିର ବ୍ୟବହାର ଅଧିକାଂଶ ଲୋକ ସାଲାଡରେ ବ୍ୟବହାର କରନ୍ତି । କିନ୍ତୁ ଏହା ଦ୍ୱାରା କଳାଦାଗକୁ ମଧ୍ୟ ଦୂର କରାଯାଇପାରିବ । ତେଣୁ ଏହାକୁ ଗ୍ରେଟ କରି ବେକ ଏବଂ ପିଠିରେ ଲଗାଇ ପାରିବେ । ଯଦି ଚାହିଁବେ ଏହାର ରସକୁ ମଧ୍ୟ ଲଗାଇ ପାରିବେ । ଲଗାଇ ସାରିବା ପରେ ସାମାନ୍ୟ ମସାଜ କରିବେ ।

 

କମଳାରେ ଭିଟାମିନ ସି ରହିଛି । ଯାହା ରଙ୍ଗକୁ ଚମକାଇବାରେ ସାହାଯ୍ୟ କରିଥାଏ । ଏହାର ଚୋପାକୁ ଖରାରେ ଶୁଖାଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ।ଏହାକୁ କ୍ଷୀରରେ ମିଶାଇ ଲଗାନ୍ତୁ ।

କଳାଦାଗ ଦୂର କରିବା ପାଇଁ ଦହି ଲଗାନ୍ତୁ ।

ମହୁ ଏବଂ ଟମୋଟୋକୁ ମିଶାଇ ପେଷ୍ଟ କରି ଲଗାନ୍ତୁ ।

ବେକିଂ ସୋଢା ଓ ପାଣିର ମିଶ୍ରଣକୁ ଲଗାନ୍ତୁ ।

ଗାଧୋଇବାର ୧୦ ମିନିଟ ପୂର୍ବରୁ ଆଳୁ ରସ ଲଗାନ୍ତୁ । ଏହା ବ୍ୟତୀତ ଏହି ରସରେ ଲେମ୍ବୁ ମିଶାଇ ଲଗାଇ ପାରିବେ ।

ଲେମ୍ବୁର ଅଧା ଭାଗ ନେଇ ଧୀରେ ଧୀରେ ବେକର କଳାଦାଗରେ ଘଷନ୍ତୁ । ଏହି ସମସ୍ତ ଉପାୟ କରିବା ଦ୍ୱାରା ସମସ୍ୟା ଦୂର ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More