Only for Entertainment

ଘରକୁ ମା ଲକ୍ଷ୍ମୀଙ୍କୁ ଆଣିବାକୁ ଚାହୁଁଥିଲେ କରନ୍ତୁ ନାହିଁ ଏଭଳି କାମ ।

AajTak
44

ମା ଲକ୍ଷ୍ମୀ ଘରକୁ ଆସନ୍ତୁ ଏହା ସମସ୍ତେ ଚାହାଁନ୍ତି । କାରଣ ମା’ଙ୍କ ଆଗମନରେ ଘରେ ପୁଲକ ଖେଳିଯାଏ । ସଂପର୍କରେ ମଧୁରତା ଆସିଯାଏ । କର୍ମକ୍ଷେତ୍ରରେ ଉନ୍ନତି ହୁଏ । ଦୁଃଖ ଦାରିଦ୍ର‌୍ୟ କେବେ ମଧ୍ୟ ଆପଣଙ୍କୁ ଛୁଇଁ ପାରେନା । କିନ୍ତୁ ଏହାଯେ ଏତେ ସହଜରେ ସମ୍ଭବ ହୋଇନଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କୌଣସି କାରଣରୁ ମା ଲକ୍ଷ୍ମୀ କ୍ରୋଧ କରନ୍ତି ତେବେ ଜୀବନର ସବୁ ସୁଖ ଚାଲିଯାଏ । ଘରର ଶିରୀ କଟିଯାଏ । ତେଣୁ ଆପଣ ଯଦି ଜୀବନରେ ଅଧିକ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ କେତେକ ସାଧାରଣ କଥା ପ୍ରତି ଗୁରୁତ୍ୱ ଦେବା ଉଚିତ । ଯାହା ଦ୍ୱାରା ଆପଣଙ୍କ ଘରକୁ ମା ଲକ୍ଷ୍ମୀଙ୍କ ଆଗମନ ହେବ ।

ଯେଉଁ ବ୍ୟକ୍ତିର ମନରେ କାମ ଏବଂ ମୋହର ଭାବନା ଅଧିକ ରଖି ଧର୍ମ ଭାବନାକୁ ଭୁଲି ଯାଇଥାଏ ସେଠାରେ ମା କେବେ ବି ବାସ କରନ୍ତି ନାହିଁ ।

ଯେଉଁ ବ୍ୟକ୍ତିର ମନରେ ଅହଙ୍କାର ଏବଂ ନିଜକୁ ସର୍ବଶ୍ରେଷ୍ଟ ମନେ କରିଥାଏ ସେଭଳି ଜାଗାକୁ ମାତା କେବେ ଆସନ୍ତି ନାହିଁ ।

 ଯେଉଁଠାରେ ନାରୀମାନଙ୍କୁ ସମ୍ମାନ ଦିଆଯାଏ ନାହିଁ ଏବଂ ନାରୀ ମାନଙ୍କୁ ଶେଷଣ କରାଯାଏ ସେଭଳି ସ୍ଥାନର ଆଖପାଖରେ ମା ଲକ୍ଷ୍ମୀ କଦାପି ମା ଅବସ୍ଥାନ କରନ୍ତି ନାହିଁ ।

ଯେଉଁ ମାନେ ଲୋଭ ରଖି ମାଙ୍କୁ ଡାକିଥାନ୍ତି ମା ସେଭଳି ଜାଗାରେ ବାସ କରନ୍ତି ନାହିଁ । ପାପ ହେଉଥିବା ସ୍ଥାନରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।

୬ : ଯେଉଁ ସ୍ଥାନରେ ହିଂସା ଏବଂ ଅନୈତିକ କାର୍ଯ୍ୟ ଚାଲିଥାଏ ସେଠାରେ ଭୁଲସେ ବି ମା ଲକ୍ଷ୍ମୀଙ୍କର ଆଗମନ ହୋଇ ନଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More