Only for Entertainment

ରୁପି ସମସ୍ୟାରୁ ମୁକ୍ତି ଦିଏ ନିମ ତେଲ ।

magzter.com
29

ରୁପି ହେବା ଏକ ବିରାଟ ସମସ୍ୟା । ବିଶେଷ କରି ଶୀତଦିନରେ ଏହି ସମସ୍ୟା ଅଧିକ ଦେଖାଦିଏ । ରୁପି ହେବା ଦ୍ୱାରା ଅଧିକ ମାତ୍ରାରେ କେଶ ଝଡ଼ିଥାଏ ଏବଂ କେଶ ଅପରିଷ୍କାର ମଧ୍ୟ ଦେଖାଦିଏ । ଏଥିପାଇଁ ଚିନ୍ତିତ ହେବା ସ୍ୱଭାବିକ କଥା । ତେବେ କିଭଳି ଏଥିରୁ ମକ୍ତି ପାଇବେ ଆସନ୍ତୁ ଆଲୋଚନା କରିବା ।

ଆଲୋଭେରା ଜେଲ୍‌ରେ ଆଣ୍ଟି ବ୍ୟାକ୍ଟେରିଆଲ୍‌ ଏବଂ ଆଣ୍ଟି ଫଙ୍ଗଲ୍‌ ଗୁଣ ରହିଛି। ଏହି ଗୁଣ ଯୋଗୁ ‘ଆଲୋଭେରା’ କେଶରୁ ରୂପି ଦୂର କରିଥାଏ। ଏଥିପାଇଁ ଦୁଇ ଚାମଚ ‘ଆଲୋଭେରା’ ଜେଲ୍‌ରେ ଏକ ଚାମଚ ମହୁ ଏବଂ ଦୁଇ ଚାମଚ ଦହି ମିଶାନ୍ତୁ। ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୫ ମିନିଟ୍ ପରେ ଶାମ୍ପୁ କରି ଦିଅନ୍ତୁ। ଏହାବ୍ୟତୀତ ଆପଣ ତିନି ଚାମଚ ‘ଆଲୋଭେରା’ ଜେଲ୍‌ରେ କିଛି ଡ୍ରପ୍‌ ନିମ ତେଲ ମିଶାଇ ମୁଣ୍ଡରେ ଲଗାଇ ପାରିବେ। ଏମିତି କଲେ ମୁଣ୍ଡରେ ରୂପି ରହିବ ନାହିଁ।

ପ୍ରତିଦିନ ନିମ ତେଲ କେଶରେ ଲଗାଇଲେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ। ଫଳରେ ଚୁଟି ମଧ୍ୟ କମ୍‌ ଝଡ଼ିଥାଏ। ନିମ ଶାମ୍ଫୁ ଲଗାଇଲେ ମଧ୍ୟ ମୁଣ୍ଡ କୁଣ୍ଡାଇ ହୋଇ ନ ଥାଏ କି କେଶରେ ଜଟା ହୋଇ ନ ଥାଏ।

ରାଶି ତେଲ ବ୍ୟବହାର ଦ୍ୱରା ରୂପି ସମସ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଏ। ତେଣୁ ଶୀତ ଦିନେ ଅଲଗା ତେଲ ବଦଳରେ ରାଶି ତେଲ ବ୍ୟବହାର କଲେ ରୂପି ସମସ୍ୟା ଆଦୌ ଦେଖା ଦେଇ ନ ଥାଏ।

ରୁପି ସମସ୍ୟା ଦୂର କରିବାରେ ଦହି ଏକ ସହଜ ଉପାୟ । ଦହିକୁ ସପ୍ତାହରେ ୩-୪ ଦିନ କେଶରେ ଲଗାନ୍ତୁ। ଦହିକୁ କେଶରେ ଲଗାଇ ଅଧଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ। ଦେଖିବେ ବହୁତ କମ୍‌ ଦିନରେ ଆପଣ ରୂପି ସମସ୍ୟାରୁ ମୁକ୍ତ ହେବେ। ଏପରିକି କେଶ ଝଡିବା ମଧ୍ୟ ଦୂର ହୋଇଯିବ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More