Only for Entertainment

ଧଳା କେଶକୁ ବାହାର ନକରି ଘରୋଇ ଉପାୟରେ କଳା କରନ୍ତୁ ।

Times of India
30

କେଶ ପାଚି ଧଳା ଦେଖାଯିବା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି । ଯଦିଓ ପୂର୍ବ କାଳରୁ ଦେଖିବାକୁ ମିଳୁଥିଲାଯେ ବୟସ୍କ ବ୍ୟକ୍ତିଙ୍କ କେଶ କେବଳ ଧଳା ହୋଇଯାଏ, ଏବେ କିନ୍ତୁ ଆଉ ସେଭଳି ହୋଇ ନାହିଁ । ସମୟ ଓ ପରିସ୍ଥିତି ସହିତ ବଦଳି ଯାଇଛି ଜୀବନଶୈଳୀ । ଯାହାର ପ୍ରତ୍ୟେକଟି ଖରାପ ପ୍ରଭାବ ଶରୀରର ସୌନ୍ଦର୍ଯ୍ୟକୁ ନଷ୍ଟ କରି ଦେଉଛି । ସେହିଭଳି ଏକ ବିରାଟ ସମସ୍ୟା ହେଉଛି କମବୟସରେ କେଶର ରଙ୍ଗ ବଦଳିବା ବା ଧଳା ଦେଖାଯିବା । ଯେଉଁଥିରୁ ମୁକ୍ତି ପାଇବା ପାଇଁ ଆପଣ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ବାହାରର ଉପାଦାନ ସାମଗ୍ରୀ କି ଆଣି କେଶକୁ କଳା କରୁଛନ୍ତି । କିନ୍ତୁ ଏହା କ୍ଷଣ ସ୍ଥାୟୀ । ଅଳ୍ପ ଦିନରେ କେଶ ପୁଣିଥରେ ଧଳା ହୋଇଯାଇଛି । ତେବେ ଏଥିପାଇଁ ଆପଣଙ୍କୁ ସ୍ଥାୟୀ ସମସ୍ୟାର ସମାଧାନ କରିବାକୁ ପଡ଼ିବ । କ’ଣ କଲେ ଆପଣ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ଆସନ୍ତୁ ଆଲୋଚନା କରିବା ।

ଅଁଳା ପାଉଡର ବା ଲେମ୍ବୁ ରସକୁ ମିଶାଇ ଏହାକୁ କେଶରେ ଲଗାନ୍ତୁ । ଏହାକୁ କେଶ ମୂଳରେ ଭଲ ଭାବରେ ମସାଜ କରିବା ଉଚିତ । କିଛିଦିନ ଏଭଳି କରିବା ଦ୍ୱାରା ଧଳା କେଶ ଧୀରେ ଧୀରେ କଳା ହୋଇଯାଏ ।

ପିଆଜର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ଲଗାଇ ଅଧଘଂଟା ପରେ ଧୋଇ ଦିଅନ୍ତୁ । ଯଦି ଗନ୍ଧ ହୁଏ ଶାମ୍ପୁ ମଧ୍ୟ କରିପାରିବେ ।

ନଡ଼ିଆ ତେଲରେ ଲେମ୍ବୁ ରସ ମିଶାଇ ପ୍ରତିଦିନ ମସାଜ କରନ୍ତୁ । ଏହା ଦ୍ୱାରା କେବଳ କେଶ କଳା ହୋଇନଥାଏ ବରଂ ସୁନ୍ଦର ଏବଂ ମଜବୁତ ମଧ୍ୟ ହୋଇଥାଏ ।

ଆଲମଣ୍ଡ ତେଳକୁ ଲଗାଇ ୩୦ ମିନିଟ ଛାଡ଼ି ଦିଅନ୍ତୁ । ଏହାପରେ ପାଣିରେ ଧୋଇ ଦିଅନ୍ତୁ । ଏହି ଘରୋଇ ଉପାୟ ଦ୍ୱାରା ଆପଣଙ୍କ କେଶ ଖୁବଶୀଘ୍ର କଳା ହୋଇଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More