Only for Entertainment

କମ୍ ଉଚ୍ଚତା ଥିବା ମହିଳା ଆପଣାନ୍ତୁ ଏହିଭଳି ଡ୍ରେସିଂ ଷ୍ଟାଇଲ !

stylecraze
47

ମଣିଷର ଉଚ୍ଚତା ସେମାନଙ୍କ ବ୍ୟକ୍ତିତ୍ୱ ଉପରେ ଖୁବ ପ୍ରଭାବ ପକାଇଥାଏ । କମ୍‌ ଉଚ୍ଚତା ତୁଳନାରେ ଯେଉଁମାନଙ୍କର ଉଚ୍ଚତା ଟିକେ ଲମ୍ବା ସେମାନଙ୍କୁ ସବୁପ୍ରକାରର ଆଉଟ୍‌ଫିଟ୍‌ ଖୁବ୍‌ ସୁନ୍ଦର ମାନିଥାଏ, ଯେଉଁକାରଣରୁ ଲୁକ ଆକର୍ଷଣୀୟ ଲାଗେ …

ଫ୍ୟାଶନ ଦୁନିଆରେ ସାଧାରଣତଃ ଯେଉଁମାନଙ୍କର ହାଇଟ୍‌ ଟିକେ ଅଧିକ ତାହା ସେମାନଙ୍କ ପର୍ସନାଲିଟିକୁ ବୁଷ୍ଟ କରିଥାଏ। ତେଣୁ କମ୍‌ ଉଚ୍ଚତା ଥିବା ଯୁବତୀ ଚାହିଁଲେ ଡ୍ରେସ୍‌ଅପ୍‌ ସମୟରେ କିଛିଟା ଟିପ୍ସକୁ ଆପଣେଇ ନିଜ ହାଇଟ୍‌କୁ ଆଉ ଟିକେ ହାଇଲାଇଟ୍‌ କରିପାରିବେ ।

ବେଲ୍ଟ : ବେଲ୍ଟ ବି ହାଇଟ୍‌କୁ ହାଇଲାଇଟ୍‌ କରିବାରେ ସ୍ବତନ୍ତ୍ର ଭୂମିକା ଗ୍ରହଣ କରିଥାଏ। ଜିନ୍‌ ପ୍ୟାଣ୍ଟ, ଶାର୍ଟ ହେଉ ଅବା ଯେ କୌଣସି ଗାଉନ୍‌ ଡ୍ରେସ୍‌ ପିନ୍ଧିଲାବେଳେ ତା’ସହିତ ମ୍ୟାଚିଂ କରି ଆପଣ ଚାହିଁଲେ ଷ୍ଟାଇଲିଶ୍‌ ବେଲ୍ଟ ବ୍ୟବହାର ମଧ୍ୟ କରିପାରିବେ। ଏହାଦ୍ୱାରା ଉଚ୍ଚତା ଟିକେ ଲମ୍ବା ଦେଖାଯାଇଥାଏ।

ସ୍କର୍ଟ: ଯଦି ଆପଣ ମିନି ସ୍କର୍ଟ ସହିତ ଟପ୍ସ କିମ୍ବା ଶାର୍ଟ ପିନ୍ଧିବାକୁ ପସନ୍ଦ କରୁଥାନ୍ତି, ତା’ହେଲେ ଏହା ସହିତ ମ୍ୟାଚିଂ କରି ପଏଣ୍ଟେଡ୍‌ ହିଲ୍‌ ପିନ୍ଧନ୍ତୁ, ଦେଖିବେ ଲୁକ୍‌ ଟିକେ ଟଲ୍‌ ଲାଗିବ।

ପ୍ଲାଜୋ ଓ ସିଗାରେଟ୍‌ ପ୍ୟାଣ୍ଟ: ଆଙ୍କେଲ ଲେନ୍ଥ ପ୍ଲାଜୋକୁ ବି ଉଚ୍ଚତା କମ୍‌ ଥିବା ଯୁବତୀ ଚାହିଁଲେ ଟ୍ରାଏ କରିପାରିବେ। ସେହିପରି ସିଗାରେଟ୍‌ ପ୍ୟାଣ୍ଟ ସହିତ କୁର୍ତ୍ତି ପିନ୍ଧିଲେ ହାଇଟ୍‌ ଟିକେ ଲମ୍ବା ଦେଖାଯାଇଥାଏ।

 

ଲେୟାର୍‌ ଆଉଟ୍‌ଫିଟ୍‌: କମ୍‌ ଉଚ୍ଚତା ଥିବା ଯୁବତୀମାନେ ଯେତେ ସମ୍ଭବ ଲେୟାର୍‌ ଆଉଟ୍‌ଫିଟ୍‌ଠାରୁ ଦୂରେଇ ରହିବା ଦରକାର। କାରଣ ଏହାଦ୍ୱାରା ସେମାନଙ୍କ ଉଚ୍ଚତା ଆହୁରି  କମ୍‌ ଦେଖାଯାଇଥାଏ।

ଜିନ୍ସ ଓ ଜ୍ୟାକେଟ୍‌: ଜିନ୍ସ ସମସ୍ତଙ୍କୁ ଭଲ ମାନିଥାଏ। ଜ୍ୟାକେଟ୍‌ ବି ଆକର୍ଷଣୀୟ ଲୁକ୍‌ ଦେଇଥାଏ। ଖାସ୍‌ କରି ଯେଉଁ ଯୁବତୀଙ୍କର ଉଚ୍ଚତା ଟିକେ କମ୍‌ ସେମାନେ ଜିନ୍ସ ଓ ଜ୍ୟାକେଟ୍‌ ପିନ୍ଧିବା ନିହାତି ଦରକାର। ତା’ସହିତ ହିଲ୍‌ ବାଲା ବୁଟ୍‌ ପିନ୍ଧିଲେ ବି ଆହୁରି ଭଲ। କାରଣ ଏହାଦ୍ୱାରା ସେମାନଙ୍କୁ ଟଲ୍‌ ଲୁକ୍‌ ମିଳିଥାଏ।

ହାଇ ଓ୍ବେଷ୍ଟ ଟ୍ରାଉଜର୍ସ: ହାଇ ଓ୍ବେଷ୍ଟ ଟ୍ରାଉଜର୍ସ ବି ହାଇଟ୍‌କୁ ଟିକେ ସୋ-ଅପ୍‌ କରାଇଥାଏ।  ଏହା ସହିତ ମ୍ୟାଚିଂ କରି ଟି-ଶାର୍ଟ ଓ କଳା ରଙ୍ଗର ବୁଟ୍‌ ପିନ୍ଧିଲେ ଗୋଡ ଟିକେ ଲମ୍ବା ଜଣାପଡିବା ସହ ଆକର୍ଷଣୀୟ ଲୁକ୍‌ ମିଳେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More