Only for Entertainment

ଆପଣ ଯଦି ମାନସିକ ଚିନ୍ତା ଗ୍ରସ୍ତ…… ।

blogdailyherald.com
42

ଆଜିକାଲି ମାନସିକ ଚିନ୍ତାରେ ରହିବା ସ୍ୱଭାମିବ କଥା । ଅଧିକାଂଶ ବ୍ୟକ୍ତି ଏଥିରେ ପିଡ଼ିତ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଉପାୟ ମଧ୍ୟ କରିବା ଉଚିତ । ନଚେତ ଚିନ୍ତା କେବେ ମଧ୍ୟ ଦୂରେଇ ରହିପାରିବ ନାହିଁ । ମାନସିକ ଚାପରୁ ମୁକ୍ତି ପାଇଁ ଆକ୍ୱାରିୟମ୍‌ ଥେରାପି ଏକ ସହଜ ମାଧ୍ୟମ। ଘରେ ଆକ୍ୱାରିୟମ୍‌ ରଖି ବିଭିନ୍ନ ମାନସିକ ରୋଗର ଚିକିତ୍ସା କରାଯାଇପାରେ। ଏହା ସୁଫଳ ପ୍ରଦାନ କରିଥାଏ ବୋଲି ଆମେରିକା ଟ୍ରିନିଟି ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ଗବେଷକ ସୂଚିତ କରିଛନ୍ତି। ଘରର ଲାଇଟ୍‌ ଲିଭାଇ କିଛି ସମୟ ପାଇଁ ଆକ୍ୱାରିୟମ୍‌ ଆଗରେ ବସି ମାଛମାନଙ୍କ ହାବଭାବ ଲକ୍ଷ୍ୟ କରନ୍ତୁ। ଧୀରେଧୀରେ ମାନସିକ ଚାପ ହ୍ରାସ ପାଇବ। ସେହିପରି କର୍ମକ୍ଷେତ୍ରରୁ ଅବସର ନେଇଥିବା ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ଉପରେ ଏହି ଥେରାପି ଭଲ ପ୍ରଭାବ ପକାଇଥାଏ। ଅବସର ନେବା ପରେ ସେମାନଙ୍କର ଦୀର୍ଘଦିନର ରୁଟିନ୍‌ ବନ୍ଧା ଜୀବନରେ କିଛିଟା ପରିବର୍ତ୍ତନ ଆସିଥାଏ। ଏହାକୁ ସହଜରେ ସେମାନେ ଗ୍ରହଣ କରିପାର ନ ଥାନ୍ତି। ତେଣୁ ଚିଡ଼ିଚିଡ଼ା ପଣ ସୃଷ୍ଟି ହୋଇଥାଏ। ମାତ୍ର ସେମାନଙ୍କ ପାଇଁ ଆକ୍ୱାରିୟମ୍‌ ଥେରାପି ମହୋଷଧୀ ଭଳି କାମ କରେ ବୋଲି ଗବେଷକ କହିଛନ୍ତି। ଏହା ମାଂସପେଶୀକୁ ଆରାମ ଦେବା ସହିତ ହୃଦ୍‌ସ୍ପନ୍ଦନକୁ ନିୟନ୍ତ୍ରିତ କରି ଶରୀରରେ ଠିକ୍‌ ଭାବେ ରକ୍ତସଞ୍ଚାଳନ କରିଥାଏ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More