Only for Entertainment

ରାତିରେ ଦୁଃସ୍ୱପ୍ନ ଦେଖୁଛନ୍ତି କି ? ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଉପାୟ

you tube
67

ସ୍ୱପ୍ନ ସମସ୍ତେ ଦେଖିଥାନ୍ତି । ନିଦ ଆସିଲେ ସ୍ୱପ୍ନ ମଧ୍ୟ ତା’ ସହ ଆସିଥାଏ । କିନ୍ତ ସମସ୍ତଙ୍କର ସ୍ୱପ୍ନ ଅନ୍ୟଠାରୁ ଭିନ୍ନ । କିଛି ଲୋକ ଶୋଇବା ପରେ ଭଲ ସ୍ୱପ୍ନ ଦେଖିଥାନ୍ତି ତ କିଛି ଲୋକ ଖରାପ ସ୍ୱପ୍ନ । ଯେଉଁ ସ୍ୱପ୍ନ ତାଙ୍କର ପୁରା ଦିନକୁ ଖରାପ କରି ଦେଇଥାଏ । ଏପରି ହେବାର ବିଭିନ୍ନ କାରଣ ରହିଛି । ପୂର୍ବରୁ ଆମେ ଜାଣିଛେ ଯେ ଦିନ ଭିତରେ ଯାହା ଦେଖିଥାଉ ସେହି ସମ୍ପର୍କିତ ସ୍ୱପ୍ନ ଆମେ ଶୋଇବା ପରେ ଦେଖିଥାଉ । କିନ୍ତୁ ଏପରି ହେବା ପଛରେ ଆହୁରି ଅନେକ ଗୁଡ଼ିଏ କାରଣ ରହିଛି । ଯଦି ସେ ସବୁକୁ ଆପଣ ତ୍ୟାଗ କରୁଛନ୍ତି ତେବେ ଖରାପ ସ୍ୱପ୍ନ ଦେଖିବା କମ ହୋଇଯିବ । ଆସନ୍ତୁ ଜାଣିବା ସେ ସବୁ କ’ଣ ?

୧. ଅନେକ ରୋଗର ମୁଖ୍ୟ କାରଣ ହୋଇଥାଏ ଚିନ୍ତା । ଚିନ୍ତାରେ ଚାପଗ୍ରସ୍ତ ହୋଇ ଓଜନ ମଧ୍ୟ ହ୍ରାସ ପାଇଥାଏ । ଏ ଅବସ୍ଥାରେ କିଛି ଜିନିଷ ବିଷୟରେ ଅଧିକ ଭାବିବା ବା ଚିନ୍ତା କରିବା ଖରାପ ସ୍ୱପ୍ନର କାରଣ ହୋଇପାରେ । ଏପରି ସମସ୍ୟାକୁ ସାମ୍ନା କରୁଥିଲେ ଡ଼ାକ୍ତରଙ୍କ ପରାମର୍ଶ ନେବା ସହ ଯୋଗ କରିବା ଆରମ୍ଭ କରନ୍ତୁ ଯାହା ଫଳରେ ଆପଣଙ୍କ ମନକୁ ଶାନ୍ତି ମିଳିବା ସହ ଖରାପ ସ୍ୱପ୍ନ ଆସିବା ବନ୍ଦ ହୋଇଯିବ ।

୨.ଅନିଦ୍ରା ମଧ୍ୟ ଖରାପ ସ୍ୱପ୍ନ ଆସିବାର ଏକ ମୁଖ୍ୟ କାରଣ ହୋଇଥାଏ । ଶୋଇବା ଠିକ୍‌ ନ ହେଲେ ଆପଣଙ୍କ ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡ଼ିବା ସହ ଖରାପ ସ୍ୱପ୍ନ ଆସିବାର ଆଶଙ୍କା ଅଧିକ ରହିଥାଏ । ସେଥିପାଇଁ ଶୋଇବା ଘରର ବାତାବରଣ ଠିକ୍‌ ରଖିବା ସହ ଠିକ୍‌ ସମୟରେ ଶେଇବାକୁ ଚେଷ୍ଟା କରନ୍ତୁ ।

୩. ଶୋଇବା ପୂର୍ବରୁ ଲାପ୍‌ଟପ୍‌ ବା ଫୋନର ବ୍ୟବହାର କରନ୍ତୁ ନାହିଁ । ଏଥିରୁ ବାହାରୁଥିବା ନୀଳ କିରଣ ନିଦ୍ରାକୁ ପ୍ରଭାବିତ କରିବା ସହ ମାନସିକ ସନ୍ତୁଳନ ରହି ନ ଥାଏ । ଯାହାଫଳରେ ମଣିଷ ଖରାପ ସ୍ୱପ୍ନ ଦେଖିବା ଆରମ୍ଭ କରେ ।

୪. ଉଠିବା ପରେ ଭଲ କଥା ଭାବନ୍ତୁ ଏବଂ ଯେତେ ସମ୍ଭବ ଖରାପ କଥାଠାରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ ।

୫. ଯଦି ଆପଣ କେବେ ଖରାପ ସ୍ୱପ୍ନ ଦେଖୁଛନ୍ତି ତେବେ ଏ ବିଷୟରେ ନିଜର ବିଶ୍ୱସ୍ତ ସାଙ୍ଗ ସହ କଥା ହୁଅନ୍ତୁ, ଯାହାଫଳରେ ସେ ସ୍ୱପ୍ନ ବିଷୟରେ ଭାବି ଆପଣ ଅଧିକ ଚିନ୍ତିତ ହେବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More