Only for Entertainment

ଷ୍ଟ୍ରେଚ ମାର୍କ ଦୂର କରିବାର ସରଳ ଘରୋଇ ଉପାୟ ।

Parents Magazine
67

ମହିଳାଙ୍କ ପାଇଁ ଷ୍ଟ୍ରେଚମାର୍କ ଏକ ବଡ଼ ସମସ୍ୟା । ଏହା ଦ୍ୱାରା ସେମାନଙ୍କ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଏ । ତେଣୁ ଏଥିପାଇଁ ଚିନ୍ତିତ ହେବା ସ୍ୱଭାବିକ କଥା । ପୂର୍ବ କାଳରେ ଏସବୁର ଏତେ ସମାଧାନ ନଥିଲା । କିନ୍ତୁ ଏବେ ବିଭିନ୍ନ ପ୍ରକାରର ଔଷଧ ମିଳୁଛି । ତେବେ ଯେ କେବଳ ଆପଣ ଔଷଧ ବ୍ୟବହାର କଲେ ଏହା ଭଲ ହୋଇଯିବ ତାହା ନୁହେଁ ବରଂ ଘରୋଇ ଉପାୟରେ ମଧ୍ୟ ଏଥିରୁ ଆପଣଙ୍କୁ ମୁକ୍ତି ମଳିବ । କିନ୍ତୁ ବିଶେଷ କଥା ହେଉଛିଯେ ଆପଣ ଏହି ଉପାୟକୁ ପ୍ରତିଦିନ କରିବା ଉଚିତ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଷ୍ଟ୍ରେଚ୍ ମାର୍କ ଉପରେ ଅଲିଭ୍ ତେଲ, କ୍ୟାଷ୍ଟର ତେଲ ଏବଂ ନଡିଆ ତେଲ ଆଦି ବ୍ୟବହାର କରିପାରିବେ ।

ସୌନ୍ଦର୍ଯ୍ୟତା ଏବଂ ସ୍ୱାସ୍ଥ୍ୟ ପାଇଁ ଆଲୋବେରା ଜେଲ୍ ଖୁବ୍ ଫାଇଦା ହୋଇଥାଏ । ଏହାଦ୍ୱାରା ବି ଆପଣ ଷ୍ଟ୍ରେଚ୍ ମାର୍କ ସମସ୍ୟାକୁ ଦୂର କରି ପାରିବେ । ସେଥିପାଇଁ ଏହି ଜେଲ୍ କୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାଇ ୧୫ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ ।

ଏହାବ୍ୟତିତ ଆପଣ ଆଳୁ ସାହାଯ୍ୟରେ ମଧ୍ୟ ଷ୍ଟ୍ରେଚ୍ ମାର୍କ ଦୂର କରିପାରିବେ । ସେଥିପାଇଁ ଆପଣ ଆଳୁକୁ ଛେଚି ରସ ବାହାର କରି ନିଅନ୍ତୁ । ସେହି ରସକୁ ଷ୍ଟ୍ରେଚ୍ ମାର୍କ ସ୍ଥାନରେ ଲଗାନ୍ତୁ । ଏହିଭଳି ଲଗାତର ୩ ରୁ ୪ ସପ୍ତାହ ଲଗାଇବା ଦ୍ୱାରା ସହଜରେ ଦାଗ ଦୂର ହୋଇଯାଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More