Only for Entertainment

ଧନବୃଦ୍ଧି କରିବାକୁ ଚାହୁଁଥିଲେ କରନ୍ତୁ ଏହି ସରଳ ଉପାୟ ।

Modern Money Life
29

ଧନବୃଦ୍ଧି ହେଉ ଏହା କିଏ ବା ନ ଚାହେଁ । ସେଥିପାଇଁ ବିଭିନ୍ନ ପ୍ରୟାସ ମଧ୍ୟ କରାଯାଏ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପରିଶ୍ରମ କରିବା ନିହାତି ଆବଶ୍ୟକ । ତଥାପି ଏହା ବ୍ୟତୀତ କିଛି ବିଶ୍ୱସନୀୟ କଥା ରହିଛି ଯାହାକୁ ବିଶ୍ୱାସ କରାଯାଏ ଏବଂ ସେହି ଉପାୟକୁ ମଧ୍ୟ କରାଯାଏ । ଏଭଳି କରିବା ଦ୍ୱାରା ଧନବୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ବାସ୍ତୁଶାସ୍ତ୍ର ଅନୁସାରେ, ଯଦି କିଛି ବିଶେଷ ଦିଗ ପ୍ରତି ଆମେ ଧ୍ୟାନ ଦେବା ତେବେ ଆମ ରୋଜଗାର ବଢିପାରିବ। ଘରର ବାସ୍ତୁଦୋଷ ଦୂର ହୋଇଗଲେ ଦେବୀ ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇ ସେହିଠାରେ ବାସ କରନ୍ତି। ସେହି ଘରେ ବାସ କରୁଥିବା ଲୋକଙ୍କର ରୋଜଗାରରେ ମଧ୍ୟ ଉନ୍ନତି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘର ସଜାଇବା ଦ୍ୱାରା ମଧ୍ୟ ଘର ଉପରେ ପଡୁଥିବା କୁପ୍ରଭାବ ନଷ୍ଟ ହୋଇଯାଏ।

ରୋଜଗାର ବଢାଇବା ପାଇଁ ବାସ୍ତୁଶାସ୍ତ୍ରରେ ଲିଖିତ ଉପଦେଶ:
ରୋଜଗାର ବଢାଇବା ପାଇଁ ଘରର ଆଲମାରୀରେ ଦେବୀ ଲକ୍ଷ୍ମୀଙ୍କର ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ। ଯଦି ଏପରି କରିପାରୁ ନାହାନ୍ତି ତେବେ ରୂପାର ମୁଦ୍ରା ରଖନ୍ତୁ। ଏହାର ପ୍ରଭାବରେ ରୋଜଗାର ବଢିବ।
ଘରର ଐଶାନ୍ୟ କୋଣ ବା ପୂର୍ବ-ଉତ୍ତର ଦିଗକୁ ଖାଲି ରଖନ୍ତୁ ଓ ସେହି ଦିଗକୁ ସର୍ବଦା ସଫା ରଖନ୍ତୁ। ସେଠାରେ ପୂଜା ଘର ମଧ୍ୟ କରି ପାରିବେ।

ଘରର ମୁଖ୍ୟଦ୍ୱାରକୁ ସକାଳେ ଓ ସନ୍ଧ୍ୟା ବେଳେ ଖୋଲା ରଖନ୍ତୁ। ଘରର ଯେଉଁ ସ୍ଥାନରେ ସୂର୍ଯ୍ୟଙ୍କ କିରଣ ପଡୁଥିବ ସେହି ସ୍ଥାନକୁ ସର୍ବଦା ଖୋଲା ରଖନ୍ତୁ। ସତେଜ ପବନ ଓ କିରଣ ଦ୍ୱାରା କୁପ୍ରଭାବ ନଷ୍ଟ ହୋଇଯାଇଥାଏ।
ସନ୍ଧ୍ୟା ସମୟରେ ଘରର ମୁଖ୍ୟଦ୍ୱାରର ଉଭୟ ପାଶ୍ୱର୍ରେ ଦୀପ ଜଳାନ୍ତୁ। ପୂଜା ଘରେ ଓ ଯେଉଁଠି ପାଣି ରଖାଯାଉଛି ସେଠାରେ ମଧ୍ୟ ଦୀପ ଜଳାନ୍ତୁ।
ଯଦି ସମ୍ଭବ ତେବେ ସକାଳୁ ଗାଧୋଇ ଘରର ମୁଖ୍ୟଦ୍ୱାରରେ ପ୍ରତିଦିନ ଫୁଲ ହାର ଲଗାନ୍ତୁ। ପ୍ରତିଦିନ ସମ୍ଭବ ନ ହେଲେ ସପ୍ତାହକୁ ଥରେ ଫୁଲ ହାର ବଦଳାଇ ନୂଆ ଲଗାନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More