Only for Entertainment

କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଖାଆନ୍ତୁ ନାହିଁ ଏହି ୫ଟି ଜିନିଷ

A2z Health and fitness tips
0 48

କୋଲେଷ୍ଟ୍ରଲ ଲେବୁଲକୁ ନେଇ ଆଜିକାଲି ସମସ୍ତେ ଚିନ୍ତିତ । ଏହାକୁ ମେଣ୍ଟେନ ରଖିବା ପାଇଁ ଲୋକେ ଖାଦ୍ୟ ଠାରୁ ଆରମ୍ଭ କରି ଖାଇବା ତେଲ ପର୍ଯ୍ୟନ୍ତ ସବୁକଥାକୁ ଧ୍ୟାନ ରଖନ୍ତି । କାରଣ ଏହା ସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ସନ୍ତୁଳନ ଆହାର ଖାଇବା ଜରୁରି । ଯଦି ଆପଣ ମଧ୍ୟ କୋଲେଷ୍ଟ୍ରଲକୁ ନେଇ ଚିନ୍ତିତ ଅଛନ୍ତି ତେବେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ଆସନ୍ତୁ ଜାଣିବା କିଛି ଖାଦ୍ୟ ବିଷୟରେ ଯେଉଁଥିରେ ଟ୍ରାନ୍ସ ଫ୍ୟାଟର ମାତ୍ରା ଅଧିକ ଥାଏ ଏବଂ ଏହା କୋଲେଷ୍ଟ୍ରଲର ସ୍ତରକୁ ବଢାଇ ଦେଇଥାଏ ।

କେକ, ସିଙ୍ଗଡା ଏବଂ କୁକିଜ
ଅଧିକାଂଶ କେକ ଏବଂ କୁକିଜର ଲେବୁଲରେ ଶୂନ୍ୟ ଗ୍ରାମ ଟ୍ରାନ୍ସ ଫ୍ୟାଟ ଲେଖାଯାଇଥାଏ । କିନ୍ତୁ ଏହା ସଂପୂର୍ଣ୍ଣ ସତ ନୁହେଁ । ଏଥିରେ ୨ ଗ୍ରାମ ଟ୍ରାନ୍ସ ଫ୍ୟାଟ ଏବଂ ସମପରିମାଣର ଚିନି ରହିଥାଏ ଯାହା କୋଲେଷ୍ଟ୍ରଲ ବଢାଇଥାଏ ।

ବିସ୍କୁଟ
ବିସ୍କୁଟରେ ମଧ୍ୟ ୩.୫ ଗ୍ରା ମ ଟ୍ରାନ୍ସ ଫ୍ୟଆଟ ରହିଛି । ଏହାକୁ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ଜରୁରୀ ସୋଡିୟମର ମାତ୍ରା ଅଧା ହୋଇଯାଇଥାଏ ।

କୃତ୍ରିମ ଲହୁଣୀ
ଅଧିକାଂଶ ଲହୁଣୀ ନିର୍ମାତା କମ୍ପାନୀ ଟ୍ରାନ୍ସ ଫ୍ୟାଟକୁ ହଟାଇ ଦେଇଥାନ୍ତି । କିନ୍ତୁ ଏହାକୁ ଖାଇବା ପୂର୍ବରୁ ଜାଂଚ କରି ଖାଆନ୍ତୁ କାରଣ ଏବେ ମଧ୍ୟ କିଛି ଲହୁଣୀରେ ୩ ଗ୍ରାମ ଟ୍ରାନ୍ସ ଫ୍ୟାଟର ମାତ୍ରା ରହିଛି ।

ଫ୍ରେଞ୍ଚ ଫ୍ରାଇଜ
ଫ୍ରେଞ୍ଚ ଫ୍ରାଇଜ କିମ୍ବା ଫ୍ରାଏଡ ଚିକେନ ଖାଇବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଯେପରି ଏହା ବନସ୍ପତି ଘିଅରେ ଛଣା ହୋଇନଥିବ ।

ଫ୍ରୋଜେନ ଫୁଡ
ଏହା ସହିତ ଫ୍ରେଜେନ ଫୁଡ ଯଥା ଆଇସକ୍ରିମ ଏବଂ ପପକର୍ନ ଖାଇବା ପୂର୍ବରୁ ଟ୍ରାନ୍ସ ଫ୍ୟାଟର ମାତ୍ରାକୁ ଭଲ ଭାବେ ଦେଖନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More