Only for Entertainment

କାଜୁ ପନିର ପ୍ରସ୍ତୁତି ପ୍ରଣାଳୀ

Must Gaze Video
29

ସାମଗ୍ରୀ-

ପନିର ୨୦୦ଗ୍ରାମ୍‌, ଅଧା ଛୋଟ ଗିନା କାଜୁ ପେଷ୍ଟ, ଦୁଇଟି ପିଆଜ(ମୋଟା ଆକାରରେ କଟା ହୋଇଥିବ),ଏକ ଛୋଟ ଚାମଚ ଅଦା ଓ କଞ୍ଚାଲଙ୍କା ପେଷ୍ଟ, ଅଧା ଛୋଟ ଚାମଚ ରସୁଣ ପେଷ୍ଟ,ଏକ ବଡ଼ ଚାମଚ ଟମାଟୋ ପ୍ୟୁରି, ଏକ ଛୋଟ ଚାମଚ ହଳଦୀ,ଏକ ଛୋଟ ଚାମଚ ଧନିଆ ପାଉଡର, ଏକ ଛୋଟ କାଶ୍ମୀରୀ ମିର୍ଚ୍ଚ ପାଉଡର, ଏକ ବଡ଼ ଚାମଚ କ୍ରିମ୍‌,ଏକ ଛୋଟ ଚାମଚ ଜିରା, ଏକ ଛୋଟ ଚାମଚ ଗରମମସଲା, ଲୁଣ ସ୍ବାଦ ଅନୁସାରେ,ଏକ ଛୋଟ ଚାମଚ ଧନିଆପତ୍ର, ଭଜା ହୋଇଥିବା କାଜୁ ୫-୬ଟି।

ପ୍ରସ୍ତୁତି ପ୍ରଣାଳୀ-

କାଜୁ ପନିର କରିବାକୁ ହେଲେ ପ୍ରଥମେ ପନିରକୁ ଛୋଟ ଛୋଟ ଆକାରରେ କାଟିଦିଅନ୍ତୁ। ମିଡିୟମ୍‌ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହେଲା ପରେ କଟା ପିଆଜକୁ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ଯେତେବେଳେ ପିଆଜ ଭାଜି ହୋଇଯିବ ତାକୁ ଏକ ପ୍ଲେଟ୍‌କୁ କାଢ଼ି ଥଣ୍ଡା ହେବାକୁ ଛାଡ଼ିଦିଅନ୍ତୁ। ପିଆଜ ଥଣ୍ଡା ହେଲା ପରେ ତାକୁ ଗ୍ରାଇଣ୍ଡିଂ କରି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ କରେଇରେ ଜିରା, ପିଆଜ ପେଷ୍ଟ, ଅଦା କଞ୍ଚାଲଙ୍କା ପେଷ୍ଟ ଓ ରସୁଣ ପେଷ୍ଟ ପକାଇ କଷନ୍ତୁ। ମସଲା କଷି ହୋଇଗଲା ପରେ ଟମାଟୋ ପ୍ୟୁରି ପକାନ୍ତୁ। ଟମାଟୋ ପ୍ୟୁରି ଭଲଭାବେ କଷି ହେଲା ପରେ ହଳଦୀ, ଧନିଆ ପାଉଡର, କାଶ୍ମୀରୀ ମିର୍ଚ୍ଚ ଗୁଣ୍ଡ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ମସଲା ଭଲଭାବେ କଷି ହୋଇଗଲା ପରେ ସେଥିରେ କ୍ରିମ୍‌, କାଜୁ ପେଷ୍ଟ, ଲୁଣ ପକାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଘାଣ୍ଟନ୍ତୁ। ନିର୍ଦ୍ଦିଷ୍ଟ ସମୟ ପରେ ପାଣି ଦେଇ ତାକୁ କିଛି ସମୟ ଫୁଟିବାକୁ ଦିଅନ୍ତୁ। ଏହି ଗ୍ରେଭି ଫୁଟିବା ମାତ୍ରେ କଟା ପନିରକୁ ପକାଇ ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ ଚୁଲା ବନ୍ଦ କରିଦିଅନ୍ତୁ। ଆଞ୍ଚ ବନ୍ଦ କରିବା ମାତ୍ରେ ଗରମମସଲା ମିଶାନ୍ତୁ। ଏବେ ଆପଣଙ୍କ କାଜୁ ପନିର ପ୍ରସ୍ତୁତ ହୋଇଗଲା। ପରେ ସେଥିରେ କଟା ଧନିଆପତ୍ର ପକାଇ ତାକୁ ଗାର୍ନିସ କରିସାରିବା ପରେ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More